ଲିଭ-ଇନରେ ରହୁଥିବା ଯୁବତୀ ପ୍ରେମିକ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | January 24, 2019 IST

ଯାମୁନଗର ୨୪/୧-  ଭଲପାଇବା ପରେ ଲିଭ ଇନରେ ରହୁଥିବା ଯୁବତୀ ଆଣିଲେ ଦୁଷ୍କର୍ମ ଅଭିଯୋଗ, ତାହା ପୁଣି ନିଜ ପ୍ରେମିକ ବିରୋଧରେ । ଏହି ଅଭିଯୋଗକୁ ଆଧାର କରି ପ୍ରେମିକକୁ ଗିରଫ କରିଛି ।

ଏହିଭଳି ଘଟଣା ଘଟିଛି ଯାମୁନଗରରେ । ବିହାର ବେଗୁସରାଇ ଅଂଚଳରୁ ନିଜ ମାଉସୀପୁଅ ସହିତ ଚାକିରି କରିବାକୁ ହରିୟାନା ଆସିଥିଲା ଯୁବତୀ । ଯୁବତୀ ଜଣକ ଏକ ଘରୋଇ କଂପାନୀରେ କାମ କରିବା ପରେ ରାଜିବ ବୋଲି ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ରାଜିବ ସେହି କଂପାନୀରେ କାମ କରୁଥିଲା । ଯୁବତୀ ଜଣକ ରାଜିବଙ୍କ ସହ ଲିଭ -ଇନରେ  ରହିଥିଲା । ବର୍ଷେରୁ ଅଧିକ କାଳ ଉଭୟ ଏହି ଲିଭ ଇନ ସଂପର୍କରେ ରହୁଥିଲେ ।

ଜାନୁଆରୀ ୧୭ ତାରିଖରେ ଯୁବତୀ ରାଜିବଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । ତାଙ୍କ ସହ ରହୁଥିବା  ପ୍ରେମିକ ରାଜିବ ଦୁଷ୍କର୍ମ କରିଥିବା ନେଇ ଥାନାରେ କରିଥିଲେ ଅଭିଯୋଗ ।

ରାଜିବଙ୍କ ସହ ମାସ ମାସ ଧରି ଲିଭ ଇନରେ ରହୁଥିବା ଯୁବତୀଙ୍କ ଏଭଳି ଅଭିଯୋଗ ପୋଲିସକୁ ଅଡ଼ୁଆରେ ପକାଇଛି । ସେମାନେ ସାଙ୍ଗ ହୋଇ ରହୁଥିବା ବେଳେ ତାଙ୍କ ବିରୋଧରେ ଏଭଳି   ଅଭିଯୋଗ ଆଣିବା କେତେଦୂର ଠିକ ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.