suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମୁଁ ମରିବା ପରେ ଉପରକୁ ଗଲେ ଭଗବାନଙ୍କୁ ପଚାରିବି: ସେ ମୋତେ କାହିଁକି ଏପରି ଜନ୍ମ ଦେଲେ?

12/07/2019 at 1:48 PM

ମୁମ୍ବାଇ୧୨|୭: ମୁଁ ମରିବା ପରେ ଉପରକୁ ଗଲେ ଭଗବାନଙ୍କୁ ପଚାରିବି, ସେ ମୋତେ କାହିଁକି ଏପରି ଜନ୍ମ ଦେଲେ। ଭାରତରେ ଆମଭଳି ସମଲିଙ୍ଗୀ ଲୋକମାନଙ୍କ ପାଇଁ ସମାନ ଅଧିକାର ଅଛି। ହେଲେ କିଛି ଅପରିପକ୍ବ ଓ ଅସାମାଜିକ ଲୋକ ଗ୍ରହଣ କରି ପାରୁନାହାନ୍ତି। ମୋର ଚାଲି, ଚଳନିକୁ ଲୋକମାନେ ଘୃଣା କରୁଛନ୍ତି।

ମୁଁ ମୋର ଭାବନା ଓ ମାନସିକତାକୁ ନିୟନ୍ତ୍ରଣ କରିବାକୁ ଚାହିଲେ ବି କରିପାରୁ ନାହିଁ। ଲୋକମାନେ ମୋତେ ଘୃଣା କରିବା ସହ ମୋ ଅନୁପସ୍ଥିତିରେ ମୋ ଚାଲି, ଚଳନିକୁ ଆକ୍ଷେପକରି ସମାଲୋଚନା କରୁଛନ୍ତି। ମୋତେ ହିଞ୍ଜଳା ଓ ଛକା କହି ମୋ ସହପାଠୀମାନେ ମୋତେ ଡ଼ାକୁଛନ୍ତି। ମୋର ଶରୀର ଏକ ପୁରୁଷଙ୍କ ଭଳି ହେଲେ ମୋ ବ୍ୟବହାର, ଚାଲି ଓ ଚଳନି ସମ୍ପୂର୍ଣ୍ଣଭାବେ ଝିଅଙ୍କ ଭଳି ତେଣୁ ମୋତେ କଲେଜରେ ମୋ ସାଙ୍ଗମାନେ ଘୃଣା କରନ୍ତି।

 ଭାରତରେ ସମଲିଙ୍ଗୀ ଲୋକଙ୍କୁ ଜନ୍ମ ଦିଅନ୍ତୁ ନାହିଁ, କାରଣ ଏହି ମଣିଷଙ୍କୁ ଭାରତୀୟ ଲୋକମାନେ ଘୃଣା କରନ୍ତି ବୋଲି ଭଗବାନଙ୍କୁ କହିବି। ଏଥିପାଇଁ ମୋ ପରିବାରକୁ ଦୋଷ ଦେବି କାରଣ ସେମାନେ ମୋତେ ଏକ ଅଜବ ନାଁରେ ଡ଼ାକୁଥିଲେ। ମୋର ଅନ୍ତରଙ୍ଗ ବନ୍ଧୁ ମୋତେ ଛକା କହି ଡ଼ାକିବାରୁ ମୋତେ ବହୁତ କଷ୍ଟ ହେଲା। ଲୋକମାନଙ୍କ ଘୃଣା ଦୃଷ୍ଟିରୁ ବର୍ତ୍ତିବା ପାଇଁ ମୁଁ ଆତ୍ମହତ୍ୟା କରୁଛି। ଉପରେ ଭଗବାନଙ୍କ ଭେଟଘାଟ ହେଲେ ମୋ ମନରେ ଉଙ୍କିମାରୁଥିବା ପ୍ରଶ୍ନ ସବୁ ପଚାରିବି।

ଘଟଣାନୁଯାୟୀ, ମୁମ୍ବାଇର ୨୦ ବର୍ଷୀୟ ସମଲିଙ୍ଗୀ ଯୁବକ ଅବିଶୁ ପଟେଲ, ଏହିଭଳି କଥା ଲେଖି ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଛନ୍ତି। ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରୁ ଅବିଶୁ ପଟେଲଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅବିଶୁ ସମଲିଙ୍ଗୀ ହୋଇଥିବାରୁ ସମାଜର କିଛି ଅସାମାଜିକ ଲୋକଙ୍କ ହୀନ ଦୃଷ୍ଟି ଓ କଟୁ କଥା ସହ୍ୟ ନକରିପାରି ଆତ୍ମହତ୍ୟା କରିଛନ୍ତି। ମରିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଏହିଭଳି କଥା ଲେଖି ପୋଷ୍ଟ କରିଛନ୍ତି।

   Related Posts