ଡାର୍ଟି ରାକେଟର ପର୍ଦ୍ଦା ଫାଶ : ଧନୀ ଯୁବକଙ୍କୁ ପ୍ରେମଜାଲରେ ଫସାଇ ସୁନ୍ଦରୀ ଯୁବତୀ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା
7/03/2020 at 10:35 AM

ଅଲଓ୍ବର ୭/୩: ଧନୀଙ୍କ ତାଲିକା କରି ତାଙ୍କ ନମ୍ବର ସୁନ୍ଦରୀ ଝିଅଙ୍କୁ ଦିଆଯାଉଥିଲା। ଏହା ପରେ ଝିଅଙ୍କ କାମ ଥିଲା ଧନୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ କୌଣସି ହୋଟେଲରେ ନେଇ ଶାରିରୀକ ସମ୍ପର୍କ ସ୍ଥାପନ କରାଯାଉଥିଲା। ଏହା ପରେ ଏହି ଗ୍ୟାଙ୍ଗର ଡାର୍ଟି ଗେମ୍ ଆରମ୍ଭ ହେଉଥିଲା। ଦୁଷ୍କର୍ମ କେସର ଧମକ ଦେଇ ଧନୀ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିବା ଝିଅମାନଙ୍କୁ ପୋଲିସ୍ ଗିରଫ କରିଛି। ଏହି ଘଟଣାଟି ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ ଘଟିଛି।

ଅଲଓ୍ବର ଏନଇବି ଥାନା ପୋଲିସ୍ ଝିଅଙ୍କ ଜରିଆରେ ଲୋକଙ୍କୁ ଦୁଷ୍କର୍ମ ମାମଲାରେ ଫସାଇ ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିବା ୨ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ତାଙ୍କ ଗ୍ୟାଙ୍ଗରେ ସାମିଲ ଥିବା ମହିଳା ସହଯୋଗୀଙ୍କୁ ପୋଲିସ୍ ଖୋଜୁଛି। ପୋଲିସ୍ ଅଭିଯୁକ୍ତ ମୁକିମ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତ ଜୁବେରକୁ ଗିରଫ କରିଛି।
Related Posts
ମହଙ୍ଗା ପଡିଲା ୧୪୪ ଧାରା ଭାଙ୍ଗିବା, ୭୨ ମହିଳା ଅଟକ
5 July 2022