Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଦାନୀ-ହିଣ୍ଡନବର୍ଗ ମାମଲା: ନୂଆ କମିଟି ଗଠନ କରି ତଦନ୍ତ କରାଇବାକୁ ସୁପ୍ରିମକୋର୍ଟରେ ଆବେଦନ

18/09/2023 at 8:16 PM

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡନବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ଆବେଦନ କରାଯାଇଛି। ଏଥର ଏକ ନୂଆ ଏକ୍ସପର୍ଟ କମିଟି ଗଠନ କରି ମାମଲା ତଦନ୍ତ କରିବାକୁ ଆବେଦନରେ ଦାବି କରାଯାଇଛି।

ଆବେଦନକାରୀ ଅନାମିକା ଜୈସୱାଲ ତାଙ୍କ ଓକିଲ ରମେଶ କୁମାର ମିଶ୍ରଙ୍କ ମାଧ୍ୟମରେ ଏହି ଆବେଦନ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ, ଏପରି ବ୍ୟକ୍ତିମାନଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍, ଯାହାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଥିବା, ଏବଂ ଆଦାନୀ-ହିଣ୍ଡନବର୍ଗ ମାମଲା ସହିତ ସେମାନଙ୍କର କୌଣସି ସମ୍ପର୍କ ନଥିବ। ଏଥିସିହତ ଅର୍ଥ, ଆଇନ ଏବଂ ଷ୍ଟକ୍ ମାର୍କେଟ ସହ ଜଡିତ ବିଶେଷଜ୍ଞମାନଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯିବା ଉଚିତ୍ ବୋଲି ଆବେଦନକର୍ତ୍ତା କହିଛନ୍ତି। ଅକ୍ଟୋବର ୧୩ ରେ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରିବେ ବୋଲି ସୂଚନା ମିଳିଛି।

ସୂଚନା ଥାଉକି ୨୪ ଜାନୁୟାରୀ, ୨୦୨୩ରେ, ଆମେରିକାର ଶର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୁଦ୍ଧରେ ମନି ଲଣ୍ଡରିଂ ଠାରୁ ଆରମ୍ଭ କରି ମେନ୍ୟୁପୁଲେସନ୍ ପର୍ଯ୍ୟନ୍ତ ଅଭିଯୋଗ ଆଣିଥିଲା। ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ୬ ଜଣିଆ କମିଟି ଗଠନ କରିଛନ୍ତି।

ପଢ଼ନ୍ତୁ-TIMEର ବେଷ୍ଟ ୧୦୦ କମ୍ପାନୀଙ୍କ ସୂଚୀ ଜାରି, ତାଲିକାରେ ଅଛନ୍ତି ଏହି ସବୁ ଭାରତୀୟ କମ୍ପାନୀ

ଏହି କମିଟିରେ ଶିଳ୍ପପତି ଓପି ଭଟ୍ଟ, ଜଷ୍ଟିସ ଜେପି ଦେବଧର, ଭେଟେରାନ ବେଙ୍କର କେଭି କାମାଥ, ଇନ୍‌ଫୋସିସ୍ ସହ ସଂସ୍ଥାପକ ନନ୍ଦନ ନିଲେକାନୀ ଏବଂ ଓକିଲ ସୋମାଶେଖର ସୁନ୍ଦରସେନ ରହିଛନ୍ତି। କମିଟିର ନେତୃତ୍ୱ ନେଉଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ୍‌ ସ୍ପାରେ।

ଆବେଦରେ ଏହି ୬ ଜଣ କମିଟି ସଦସ୍ୟଙ୍କ ବିରୁଦ୍ଧରେ ଆଦାନୀ ଲିଙ୍କ ନେଇ ତଥ୍ୟ ଦେଇଛନ୍ତି ଆବେଦନକାରୀ। ସେ କହିଛନ୍ତି ଯେ ଓପି ଭଟ୍ଟଙ୍କର କମ୍ପାନୀ ଗ୍ରୀନ୍‌କୋ ଗ୍ରୁପ୍‌ ଆଦାନୀ ଗ୍ରୁପ୍‌ ସହ ଅତି ନିକଟତର ହୋଇ କାମ କରୁଛି। ସେହିପରି କେଭି କାମାଥଙ୍କ ବିରୁଦ୍ଧରେ ବ୍ୟାଙ୍କ ଠକେଇ ମାମଲା ଚାଲିଛି। ଏବଂ ଓକିଲ ସୋମାଶେଖରନ ଆଦାନୀଙ୍କ ପାଇଁ ଅନେକ ମାମଲା ଲଢ଼ିଛନ୍ତି ବୋଲି ଆବେଦନରେ କୁହାଯାଇଛି। ତେଣୁ ବର୍ତ୍ତମାନର କମିଟି ଲୋକଙ୍କ ବିଶ୍ୱାସ ଜିତିବାରେ ଫେଲ୍ ମାରୁଛି। ଏଥିପାଇଁ ଆଦାନୀ ଲିଙ୍କ୍ ନଥିବା ଏକ କମିଟି ଗଠନ କରି ଏହାର ତଦନ୍ତ ଭାର ଦିଆଯାଉ ବୋଲି ଆବେଦନରେ କୁହାଯାଇଛି।

   Related Posts