ଦୁଇ ସ୍ତ୍ରୀ, ୯ ସନ୍ତାନ ଓ ଛଅ ପ୍ରେମିକା: ସୋସିଆଲ ମିଡିଆ ଷ୍ଟାର ଗିରଫ

Published By : Prameya-News7 Bureau | November 30, 2023 IST

ଲକ୍ଷ୍ନୌ: ପାଠପଢ଼ା କହିଲେ ଷଷ୍ଠ ଫେଲ୍… କିନ୍ତୁ କାରନାମା ପୂରା ରସିକିଆ… ରଖିଥିଲା ଦୁଇ ପତ୍ନୀ, ପୁଣି ଛଅ-ଛଅ ଜଣ ଗାର୍ଲଫ୍ରେଣ୍ଡ… ବଞ୍ଚୁଥିଲା ବିଳାସମୟ ଜୀବନ… ଅନ୍ଦାଜ ଥିଲା ପୂରା ତାରକାଙ୍କ ଭଳି... ଅଏସ ଆରାମରେ କାଟୁଥିଲା ଜୀବନ… ହେଲେ ଏବେ ଜେଲ୍‌ରେ ହାଜତରେ… ଏ କୌଣସି ପ୍ରକୃତ ସିନେମା ହିରୋର କାହାଣୀ ନୁହେଁ ବରଂ ଜଣେ ଠକର କାହାଣୀ। ଯିଏକି ଲୋକଙ୍କ ଠାରୁ ଠକିଥିବା ଅର୍ଥରେ ଜିଉଁଥିଲା ବିଳାସପୂର୍ଣ୍ଣ ଜୀବନ।

ଏହି ଠକର ନାଁ ଅଜିତ କୁମାର। ଘର ଉତ୍ତରପ୍ରଦେଶର ଗୋଣ୍ଡାରେ। ମୁମ୍ବାଇରେ ରହି ଚଳାଉଥିଲା ତା’ର ଠକ ସାମ୍ରାଜ୍ୟ। ତା’ର ଏହି ଠକେଇ କରିବାର କାରଣ ବି ବେଶ୍ ରୋଚକ। ଏହି ଅପରାଧର ଦୁନିଆରେ ସେ ପାଦ ଦେଇଥିଲା ତା’ର ଦୁଇ ପତ୍ନୀ, ଛଅ ଗାର୍ଲଫ୍ରେଣ୍ଡ ଆଉ ୯ ସନ୍ତାନଙ୍କ ପାଇଁ। ହେଲେ କୁହାଯାଏନା ‘ଚୋର ଘର ସବୁବେଳେ ଅନ୍ଧାର ନଥାଏ’, ଆଉ ଏବେ ଧରାପଡ଼ିବା ପରେ ସବୁ ଘଟଣା ଆସିଛି ସାମ୍ନାକୁ।

ଆହୁରି ପଢ଼ନ୍ତୁ: ବାପାମାଙ୍କ ସାମ୍ନାରେ ପ୍ରିନ୍ସିପାଲ ଗାଳି ଦେଲେ ବୋଲି ନିଜ ଦେହରେ ନିଆଁ ଲଗାଇ ଦେଲା ଛାତ୍ର

ପ୍ରକୃତରେ ଜଣେ ବ୍ୟବସାୟୀ ଧର୍ମେନ୍ଦ୍ର କୁମାର ଏକ ଏଫଆଇଆର ରୁଜୁ କରିଥିଲେ ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ, ଟଙ୍କା ଦୁଇଗୁଣା କରିବାକୁ କହି ଅଜିତ ତାଙ୍କ ଠାରୁ ୩ ଲକ୍ଷ ଟଙ୍କାର ଠକି ନେଇଛନ୍ତି। ଏହାପରେ ପୋଲିସ୍‌ ମାମଲାର ତଦନ୍ତ ଆରମ୍ଭ କରିବା ସହ ଅଜିତଙ୍କୁ, ବିଦେଶ ଯିବା ପୂର୍ବରୁ ଦିଲ୍ଲୀର ଏକ ହୋଟେଲରୁ ଗିରଫ କରିଥିଲା।

ଘଟଣାକୁ ନେଇ ସରୋଜିନୀନଗର ଏସଏଚଓ ଶୈଳେନ୍ଦ୍ର ଗିରି କହିଛନ୍ତି, ଅଜିତ ମୁମ୍ବାଇର ସଙ୍ଗୀତା ନାମକ ଜଣେ ମହିଳାଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ ଏବଂ ତାଙ୍କଠାରୁ ୭ ସନ୍ତାନ ମଧ୍ୟ ଅଛନ୍ତି। ୨୦୧୦ରେ ଚାକିରି ହରାଇବା ପରେ ନିଜ ଗାଁ ଗୋଣ୍ଡାକୁ ଫେରିଯାଇଥିଲେ। ଆଉ ଅନେକ ଦିନ ଧରି କୌଣସି କାମ ନପାଇବାରୁ ବାଛିଥିଲା ଅପରାଧର ବାଟ। ତା’ ନାଁରେ ୨୦୧୬ରେ ରୁଜୁ ହୋଇଥିଲା ପ୍ରଥମ ମାମଲା। ଯେତେବେଳେ ସେ ଗୋଣ୍ଡାରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ ଏବଂ ଚୋରି କରିଥିଲେ। ଏହି ଭଳି ଭାବରେ ଛୋଟମୋଟ ଚୋରି କରିଚାଲିଥିଲା।

ଆହୁରି ପଢ଼ନ୍ତୁ: ଉତ୍ତର ପ୍ରଦେଶ ମସଜିଦରେ ୧୧ ବର୍ଷର ଝିଅ ସହ ଦୁଷ୍କର୍ମ, ମୌଲାନା ଗିରଫ

ଏହାପରେ ୨୦୧୯ରେ ଅଜିତ ମୁମ୍ବାଇରେ ସୁଶୀଲା (୩୦) ନାମକ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲା ଆଉ ଆରମ୍ଭ କରିଥିଲେ ନୂଆ ଠକେଇ। ଉଭୟ ଜାଲ୍ ନୋଟ୍ ଛାପିବା କାମ ଆରମ୍ଭ କରିଦେଇଥିଲେ ଏବଂ ମିଥ୍ୟା ପୋଞ୍ଜି ସ୍କିମ୍‌ରେ ଲୋକଙ୍କୁ ଠାରୁ ଟଙ୍କା ଏକାଠି କରିବାକୁ ଲାଗିଥିଲେ। ୨୦୧୯ରେ ଅଜିତ ସୁଶୀଲାଙ୍କୁ ବିବାହ କରଥିଲେ। ଉଭୟ ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ। ଅଜିତର ସୁଶୀଲାଙ୍କ ଠାରୁ ଦୁଇ ସନ୍ତାନ ମଧ୍ୟ ଅଛନ୍ତି।

ଅଜିତ ଦୁଇଟି ଘର ତିଆରି କରିଥିଲେ ଗୋଟିଏରେ ସଙ୍ଗୀତା ରହୁଥିଲେ ଏବଂ ଅନ୍ୟଟିରେ ସୁଶୀଲା ରହୁଥିଲେ ଏବଂ ସେ ନିଜେ ଭଡ଼ାରେ ରହୁଥିଲା। ଆହୁରି ମଧ୍ୟ ରୋଚକ କଥା ହେଉଛି ଅଜିତ ଠକୁଥିବା ଟଙ୍କାକୁ ଉଭୟ ପତ୍ନୀଙ୍କୁ ସମାନ ଭାବରେ ପଠାଉଥିଲା।

ଆହୁରି ପଢ଼ନ୍ତୁ: ଭାରତକୁ ଆସିବା ମାତ୍ରେ ବଢିଲା ଅଞ୍ଜୁଙ୍କ ଅଡୁଆ, ଗାଁ’ରେ ପ୍ରବେଶ ନିଷେଧ କଲେ ଗ୍ରାମବାସୀ

ପୋଲିସ୍ ଆହୁରି ମଧ୍ୟ ଜାଣିବାକୁ ପାଇଛି ଯେ, ଅଜିତ୍‌ର ୬ ଜଣ ଗାର୍ଲଫ୍ରେଣ୍ଡ୍ ଅଛନ୍ତି। ସେ ସେମାନଙ୍କୁ ଦୂର ସ୍ଥାନକୁ ଗଲାବେଳେ ସାଙ୍ଗରେ ନେଉଥିଲା। ଏମାନଙ୍କୁ ସେ ସୋସିଆଲ ମିଡିଆ ମାଧ୍ୟମରେ ଫସାଉଥିଲା। ଅଜିତ ନାଁରେ ଭିନ୍ନ ଭିନ୍ନ ସ୍ଥାରେ ୯ଟି ଅପରାଧିକ ମାମଲାରେ ରହିଛି ଯେଉଁଥିରେ ମିଥ୍ୟା ପୋଞ୍ଜି ସ୍କିମ୍, ଜାଲ୍ ନୋଟ୍ ବଜାରରେ ଚଳାଇବା, ବୀମା ସ୍କିମ୍ ମାଧ୍ୟମରେ ଲୋକଙ୍କୁ ଠକିବା ଭଳି ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.