ପୁରୀ: ତୁଣ୍ଡରେ ଉଚ୍ଚାରଣ କରୁଛନ୍ତି ଜୟ ଜଗନ୍ନାଥ। ମହାପ୍ରଭୁଙ୍କ ପାଖରେ ନିଜକୁ ସେ ସମର୍ପି ଦେଇଛନ୍ତି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେବା ପାଇଁ ସୁଦୂର ରୁଷିଆରୁ ପୁରୀକୁ ଆସିଛନ୍ତି। ଜୁନ୍ ୨୦ ଅର୍ଥାତ୍ ଆଉ ମାତ୍ର ତିନିଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା ଥିବାରୁ ଏଥିରେ ସାମିଲ୍ ହେବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଶୁଭଦ୍ରା ଦେବୀ।
ତେବେ ଶ୍ରୀମନ୍ଦିର ଭିତରେ ବିଦେଶୀ ମାନଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ବିଦେଶୀ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ତେଣୁ ଅଗଣିତ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ରଥାରୁଢ ହୋଇଥାନ୍ତି। ତେବେ ଏହି ଦୁର୍ଲଭ ଦର୍ଶନ ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ରୁଷିଆରୁ ଆସିଥିବା ବିଦେଶୀ ଭକ୍ତ ଶୁଭଦ୍ରା ଦେବୀ।
ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ତିନି ରଥକୁ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦଉଡି ସାହାଯ୍ୟରେ ଟାଣି ନେବା ସୌଭାଗ୍ୟର କଥା ବୋଲି କହିଛନ୍ତି ଋଷୀୟ ଭକ୍ତ ଶୁଭଦ୍ରା କହିଛନ୍ତି।
wp:embed {"url":"https://youtu.be/ml1R2kh_VA4","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"} /wp:embed