ସଫ୍ଟଓୟାର କମ୍ପାନୀର ପଞ୍ଚମ ମହଲାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ କର୍ମଚାରୀ
7/02/2023 at 10:32 PM

ନୂଆଦିଲ୍ଲୀ, ୦୭/୦୨: ବେଙ୍ଗାଲୁରୁର ଏକ ସଫ୍ଟଓୟାର କମ୍ପାନୀରେ ଅଗ୍ନିକାଣ୍ଡ। ବେଙ୍ଗାଲୁରୁ ମାଦିଓ୍ବାଲାର ହୋସୁର ରୋଡ୍ସ୍ଥିତ ଏକ ସଫ୍ଟଓୟାର କମ୍ପାନୀରେ ମଙ୍ଗଳବାର ଅଗ୍ନିକାଣ୍ଡ ହୋଇଛି। ତେବେ ସୌଭାଗ୍ୟବସତଃ ଏଥିରେ କୌଣସି ମୃତାହତ ହୋଇନଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡର ସୂଚନା ପାଇ ୬ ଦମକଳ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଅଧଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସର୍ଟସର୍କିଟ୍ କାରଣରୁ ନିଆଁ ଲାଗିଥିବାନେଇ କୁହାଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହିଁ। ଅବଶ୍ୟ ଏହି ଘଟଣା ଯୋଗୁଁ ହୋସୁରରେ ରୋଡ୍ ଠାରେ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ ହୋଇଥିଲା।
ପୋଲିସ୍ର ସୂଚନା ଅନୁଯାୟୀ, ବିଲ୍ଲିଂର ପଞ୍ଚମ ମହଲାରେ ଏହି ନିଆଁ ଲାଗିଥିଲା। ଘଟଣା ସକାଳ ସାଢ଼େ ୧୧ ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ପ୍ରାୟ ୫୦ କର୍ମଚାରୀ ଫ୍ଲୋରରେ ଥିବା ବିଲ୍ଡିଂ ବାହାରକୁ ବାହାରି ଆସିଥିଲେ ଫଳରେ ସମସ୍ତଙ୍କ ଜୀବନ ବଞ୍ଚିଯାଇଥିଲା। ତେବେ ଏହି ନିଆଁରେ ସଂପୂର୍ଣ୍ଣ ପଞ୍ଚମ ମହଲା ଧ୍ବଂସ ହୋଇଯାଇଛି।