ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ମନ୍ଦିର ପରିସରରେ ପାନଛେପ ପକାଇଲେ ୫୦୦ ଟଙ୍କା ଫାଇନ୍

Published By : Prameya-News7 Bureau | March 04, 2020 IST

ପୁରୀ୪/୩: ଏପ୍ରିଲ ପହିଲାରୁ ପୁରୀ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ବନ୍ଦ ହେବ। ମନ୍ଦିର ପରିସରରେ ପାନ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍‌। ଏହି ନିୟମ ଭକ୍ତ ଓ ସେବାୟତ ଉଭୟଙ୍କ ପାଇଁ ଲାଗୁ ହେବ। ବୁଧବାରରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ  ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । 

{"id":232893,"sizeSlug":"large"}

ସେହିଭଳି ଏହି ବୈଠକରେ  ଆସନ୍ତା ୮ରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ୯ରେ ଦୋଳପୂର୍ଣ୍ଣିମା ନୀତି ପାଇଁ ନିର୍ଘଣ୍ଟ ଚୁଡ଼ାନ୍ତ କରାଯାଇଛି ।

{"id":232894,"sizeSlug":"large"}

ଉକ୍ତ ଦିବସରେ ରାତି ୩ଟାରୁ ଦ୍ବାରାଫିଟା ଯାଇ ନୀତି ଶୃଙ୍ଖଳିତ କରାଯିବ । ଠିକ୍‌ ସମୟରେ ମହାପ୍ରସାଦ ବାହାର କରିବା ପାଇଁ ସଂପୃକ୍ତ ୪ ନିଯୋଗ ସହ ଆଲୋଚନା ମାଧ୍ୟମରେ ପ୍ରୟାସ କରିବେ ।

{"id":232895,"sizeSlug":"large"}

ଏଥି ସହ ଶ୍ରୀମନ୍ଦିର ଭିତରେ ଓ ବାହାର ଚାରି ପାଖରେ ଭିକ୍ଷାବୃତ୍ତିକୁ ନିଷିଦ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ନିଳାଦ୍ରୀ ନିଳୟ ଯୋଜନାକୁ ଶ୍ରୀମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.