scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଚ୍ଚିନ-ସୀମାଙ୍କ ପ୍ରେମ କାହାଣୀ ଉପରେ ତିଆରି ହେବ ଚଳଚ୍ଚିତ୍ର, ନାଁ ରହିଛି…

8/08/2023 at 4:49 PM

Seema Haider

ନୂଆଦିଲ୍ଲୀ, ୦୮/୦୮: ସୀମା ହାଇଦର… ଆଜିର ସମୟ​‌​‌ରେ ଦେଶରେ ଏକ ଚର୍ଚ୍ଚିତ ନାଁ। ଭାରତର ସଚ୍ଚିନଙ୍କ ସହ ତାଙ୍କର ପ୍ରେମ କାହାଣୀ ଖୁବ୍‌ ଲୋକପ୍ରିୟ ହୋଇଛି। ଏହି କ୍ରମରେ ଏବେ ଦୁହିଁଙ୍କ ଉପରେ ଏକ ଫିଲ୍ମ ନିର୍ମାଣ  ହେବାକୁ ଯାଉଛି। ଏହି ଫିଲ୍ମକୁ JANI FIREFOX ପ୍ରଡକ୍ସନ ହାଉସ ମ୍ୟାନେଜିଙ୍ଗ ଡାଇରେକ୍ଟର ଅମିତ ଜାନି ନିର୍ମାଣ କରୁଛନ୍ତି। ଫିଲ୍ମର ନାଁ ହେବ କରାଚୀରୁ ନୋଏଡା।

ସୂଚନା ଅନୁଯାୟୀ, ଅମିତ ଜାନି ଆଗାମୀ ସପ୍ତାହରେ କରାଚୀରୁ ଟୁ ନୋଏଡା ଫିଲ୍ମର ଥିମ୍‌ ସଙ୍ଗ ଲଞ୍ଚ କରିବେ। ସୂଚନାଥାଉକି, ଏହା ପୂର୍ବରୁ ସେ ସୀମାଙ୍କୁ ଆଉ ଏକ ଫିଲ୍ମରେ କାମ କରିବାକୁ ଅଫର ଦେଇଛନ୍ତି। ଏଥିପାଇଁ ସୀମା ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ରାଜସ୍ଥାନ ଉଦୟପୁରରେ କହ୍ନେୟା ଲାଲ ହତ୍ୟା ଉପରେ ତିଆରି ହେବାକୁ ଥିବା ସେହି ଫିଲ୍ମର ନାମ ‘ଏ ଟେଲର ମର୍ଡର ଷ୍ଟୋରୀ’। ଏହି ଫିଲ୍ମରେ ସୀମା ହାଇଦର RAW ଏଜେଣ୍ଟ ଭାବରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଲଢ଼ିବେ ସୀମା ହାଇଦର ! କେନ୍ଦ୍ର ମନ୍ତ୍ରୀଙ୍କ ଦଳରୁ ମିଳିଲା ଅଫର୍‌

ଗତ ସପ୍ତାହ​‌ରେ ସୀମା ହାଇଦର ଜାନୀ ଫାୟରଫକ୍ସ ପ୍ରୋଡକ୍ସନ ହାଉସର ଟିମ୍‌ ଗ୍ରେଟର ନୋଏଡା ପହଞ୍ଚି ସାକ୍ଷାତକାର କରିଥିଲେ। ଟିମ୍‌ ସୀମାଙ୍କ ଅଡିସନ ମଧ୍ୟ ନେଇଥିଲେ। ସେହିଭଳି ଫିଲ୍ମରେ କାମ କରିବା ପାଇଁ ଉତ୍ସୁକ ଥିବା ଏବଂ କାମ କରିବାକୁ ଚାହୁଥିବା କହିଛନ୍ତି। ତେବେ ତାଙ୍କୁ କେବଳ ୟୁପି ଏଟିଏସରୁ କ୍ଲିନ୍‌ ଚିଟ୍‌ ମିଳିବା ଅପେକ୍ଷା ରହିଛି।

ସେପଟେ କିନ୍ତୁ ଅମିତ ଜାନୀଙ୍କୁ ଧମକ ମିଳିବା ଆରମ୍ଭ ହୋଇଯାଇଛି। ଅମିତ ଜାନିଙ୍କ ଅଭିଯୋଗ ରହିଛି ଯେ, ସମାଜବାଦୀ ପାର୍ଟୀର ପୂର୍ବତନ ପ୍ରବକ୍ତା ଅଭିଷେକ ସୋମ ଏବଂ ମୋନୁ ମାନେସର ତାଙ୍କୁ ଧମକ ଦେଇଛନ୍ତି ଗୁଣ୍ଡା ଲଗାଇ ତାଙ୍କ ଫିଲ୍ମ ସେଟ୍‌ରେ ଆକ୍ରମଣ କରିବେ। ଅଭିଷେକ ଏଭଳି କହୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପ୍ରକୃତରେ ସୀମା ହାଇଦର କିଏ ? ପାକିସ୍ତାନ କହିଲା- ଆମ ଦେଶର କି ନୁହେଁ ସ୍ପଷ୍ଟ ଜଣା ପଡ଼ୁନି

ଅମିତ ଟ୍ବିଟ୍‌ କରି ୟୁପି ପୋଲିସ୍‌ ଅଧିକାରୀଙ୍କୁ ଏହାର ଅଭିଯୋଗ କରିଛନ୍ତି। ସେ ପୋଲିସ୍‌ଙ୍କୁ ଅଭିଯୋଗ କରିଛନ୍ତି ଯେ ଏହା ଉପ​‌ରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେ କହିଛନ୍ତି ମୋନୁ ମାନେସରଙ୍କ ନାଁରେ ଏକ ଧମକ ମେସେଜ୍‌ ଆସିଛି ଯେଉଁଥିରେ କୁହାଯାଇଛି ଯେ ଯଦି ସୀମା ହାଇଦରଙ୍କୁ ରୋଲ୍‌ ଦିଆଯିବ ତେବେ ଭଲ ହେବନି।

ସୂଚନାଥାଉକି, ପବଜୀ ଖେଳରୁ ପାକିସ୍ତାନର ସୀମା ହାଇଦର ସଚ୍ଚିନଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏହାପରେ ସେ ସଚ୍ଚିନଙ୍କୁ ଦେଖାକରିବାକୁ ନେପାଳ ବାଟେ ଭାରତ ଆସିଥିଲେ। କିନ୍ତୁ ତାଙ୍କୁ ନୋଏଡା ପୋଲିସ୍‌ ଗିରଫ କରି କୋର୍ଟରେ ହାଜର କରିଥିଲା। ଅବଶ୍ୟ ବର୍ତ୍ତମାନ ସେ ଜାମିନ୍‌ରେ ଅଛନ୍ତି। ଏବେ ୟୁପି ଏଟିଏସ ସୀମା ହାଇଦରଙ୍କ ମାମଲାର ଯାଞ୍ଚ କରୁଛି।

   Related Posts