ରାଉରକେଲା ୨୬/୦୮: ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ। ନିଶା ସେବନ କରି ଅପରାଧ ଘଟାଇଲେ ଯୁବକ। ନିଶାଶକ୍ତ ଅବସ୍ଥାରେ ପଡ଼ୋଶୀଙ୍କୁ ମହିଳାଙ୍କୁ ଜଣେ ଯୁବକ ହତ୍ୟା କରିଛନ୍ତି। ଏପରି ଘଟଣା ରାଉଲକେଲାର ବିଶ୍ରା ଥାନା ଅଧୀନ ବୁଦୁଲଜୋର ଗାଁରେ ଘଟିଛି। ମୃତକଙ୍କ ପରିଚୟ ହଉରୀ ଟିଗା। ହତ୍ୟାକାରୀ ସମ୍ପୃକ୍ତ ମହିଳାଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତର ପରିଚୟ ରେମା ଓରାମ। ପୁରା ଘଟଣା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ସମ୍ବଲପୁରରେ ଜମୁଛି ମହାଲଢେଇ, ଦେବଗଡ଼ରେ ବବି ଏବଂ ଆଠମଲ...