ପାକିସ୍ତାନ ଅଧୀକୃତ କାଶ୍ମୀର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପାଇଁ କେବେ ଓ କେମିତି ତିଆରି ହୋଇଥିଲା ବ୍ଲୁ ପ୍ରିଣ୍ଟ ଜାଣନ୍ତୁ ପୂରା କାହାଣୀ

Published By : Prameya-News7 Bureau | February 26, 2019 IST

ନୂଆଦିଲ୍ଲୀ୨୬|୨: ପୁଲୱାମା ଆତଙ୍କୀ ହମଲା ପରେ ପୁରା ଦେଶବାସୀ କ୍ରେ।ଧରେ ଥିଲେ। ପାକିସ୍ତାନୀଙ୍କଠୁ ସହିଦ ସିଆରପିଏଫ ଜବାନଙ୍କ ପ୍ରତିଶୋଧ ନେବା ଅପେକ୍ଷାରେ ଥିଲେ। ସମଗ୍ର ଭାରତ ଶୋଇଥିବା ବେଳେ ଭାରତୀୟ ବାୟୁ ସେନା ପାକ ଅଧିକୃତ କାଶ୍ମୀରରେ ଭାରତୀୟ ବଡ ହମଲା କରିଛନ୍ତି। ଆକ୍ରମଣରେ ଜୈସ-ଏ-ମହମ୍ମଦର କଣ୍ଟ୍ରୋଲ ରୁମ ଓ ଅନେକ ଆଡ୍ଡା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଆକ୍ରମଣକୁ ପାକିସ୍ତାନ ସ୍ୱୀକାର ମଧ୍ୟ କରିଛି। ଏଭଳି ଏକ ସର୍ଜିକାଲ ଷ୍ଟ୍ରାଇକ ପାଇଁ କେମିତି ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ଆସନ୍ତୁ ଜାଣିବା ।

{"id":88877,"width":592,"height":333}

-୧୪ ଫେବୃଆରୀ: ପୁଲୱାମାରେ ଜୈସର ହମଲା ହୋଇଥିଲା। ୪୦ରୁ ଅଧିକ ସିଆରପିଏଫ ଜବାନ ସହିଦ ହୋଇଥିଲେ। ପୁରା ଦେଶ କ୍ରୋଧରେ ଜଳୁଥିଲା।

-୧୫ ଫେବୃଆରୀ: ସକାଳ ୯:୩୦ଟାରେ ଇଂଡିୟାନ ଏୟାର ଫୋର୍ସର ମୁଖ୍ୟ ବିଏସ ଧନୋଆ ହମଲାର ଜବାବ ପାଇଁ ଏୟାରଷ୍ଟ୍ରାଇକ୍‌ର ପ୍ରସ୍ତାବ ରଖିଥିଲେ। ସରକାର ମଧ୍ୟ ଗ୍ରୀନ ସିଗନାଲ ଦେଇଥିଲେ।

-୧୬ ରୁ ୨୦ ଫେବୃଆରୀ: ଏୟାରଫୋର୍ସ ଓ ଆର୍ମି ଏୟାର ସର୍ଭିଲାନ୍ସ କରିଥିଲା। LoC ପାଖା ପାଖି ହିରୋନ ଡ୍ରୋନ ସାହାଯ୍ୟରେ ଆତଙ୍କବାଦୀଙ୍କ ଆଡ୍ଡା ଖୋଜାଯାଇଥିଲା।  

{"id":88878,"width":593,"height":332}

-୨୦ରୁ ୨୨ ଫେବୃଆରୀ: ଇଂଡିୟାନ ଏୟାର ଫୋର୍ସ ଓ ଇଣ୍ଟେଲିଜେନ୍ସ ବୈଠକରେ ବସି ଆଲୋଚନା କରିଥିଲେ। ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ସହ କେଉଁ ଜାଗାକୁ ଟାର୍ଗେଟ କରାଯିବ ସେ ବିଷୟରେ କଥା ବାର୍ତ୍ତା କରିଥିଲେ।

-୨୧ ଫେବୃଆରୀ: ଷ୍ଟ୍ରାଇକ୍‌ ହେବା ବିଷୟରେ ଏନଏସଏ ମୁଖ୍ୟ ଅଜିତ ଡୋଭାଲଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା।

 -୨୨ ଫେବୃଆରୀ: ଷ୍ଟ୍ରାଇକ୍‌ ମିଶନ ପାଇଁ ଇଂଡିୟାନ ଏୟାର ଫୋର୍ସକୁ ପ୍ରସ୍ତୁତ ରହିବା ପାଇଁ ଆଲର୍ଟ କରାଗଲା। ୨ଟି ମିରାଜ ସ୍କୁଆଡ୍ରୋନ ଓ ୧୨ଟି ଜେଟ ଏହି ମିଶନ ପାଇଁ ଆବଶ୍ୟକ ବୋଲି କୁହାଯାଇଥିଲା।

{"id":88879,"width":602,"height":344}

-୨୪ ଫେବୃଆରୀ: ମଧ୍ୟ ଭାରତର ଅନେକ ଜାଗାରେ ଟ୍ରାଏଲ ରନ୍‌ ମଧ୍ୟ କରାଯାଇଥିଲା।

-୨୫-୨୬ ଫେବୃଆରୀ: ଭୋର ୩:୩୦ଟାରେ ଭାରତୀୟ ବାୟୁସେନାର ବିମାନ LoC ପାର କରିଥିଲା ଓ ପୁରା ଯୋଜନା ସଫଳ ହୋଇଥିଲା। ୧୦ ମିନଟ୍‌ ମଧ୍ୟରେ ୧୨ ମିରାଜ ବିମାନ ୧୦୦୦ କିଲୋରୁ ଅଧିକ ବମ୍‌ ପକାଇଥିଲେ।

ଏହା ସହ ଏନଏସଏ ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂରା ଅପେରେସନ ବିଷୟରେ ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.