ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ୫ ତାରିଖ ବେଳକୁ ନେଇପାରେ ଲଘୁଚାପର ରୂପ

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ ୪।୧୨:  ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ଏହା ସଲଗ୍ନ ଭୂ-ମଧ୍ୟରେଖୀୟ ହୀନ୍ଦ ମହାସାଗରର ମଲାକା ଷ୍ଟ୍ରେଟ୍‌ରେ ରବିବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ସଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଡିସେମ୍ବର ୫ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଉତ୍ତର ଦିଗକୁ  ଗତିକରିବା ସହ ଡିସେମ୍ବର ୭ ତାରିଖ ସକାଳ ବେଳକୁ ଅବପାତର ରୂପ ନେବ।

{"id":717181,"sizeSlug":"full","linkDestination":"none"}

ଏହା ଲଗାତାର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଡିସେମ୍ବର ୮ ତାରିଖ ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ତାମିଲନାଡୁ-ପୁଡୁଚେରୀ ଓ ସଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିବ। ଏହାର ପ୍ରଭାବରେ ରବିବାର ପାଗ ମେଘୁଆ  ରହିଛି। ଘୂର୍ଣ୍ଣିବଳୟ ଉପରେ ନଜର ରଖା ଯାଇଥିବା ବେଳେ ଏହାର ପରବର୍ତ୍ତି ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଭାରତୀୟ ପାଣିପାଗ ବିଭାଗଙ୍କ ୱେବ୍ ସାଇଟ୍‌ ରେ ସୂଚିତ କରଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.