ସିଏମ୍‌ ଯୋଗୀଙ୍କ ହେଲିକପ୍ଟର ଅବତରଣ ବେଳେ ଏଣ୍ଟ୍ରି ମାରିଲା ଗାଈ, ଧୂଳିକୁ ଏଡାଇ ଦୌଡ଼ିଲେ ସୁରକ୍ଷାକର୍ମୀ

Published By : Prameya-News7 Bureau | May 24, 2021 IST

ଲକ୍ଷ୍ନୌ ୨୪/୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଅବତରଣ ବେଳେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋମବାର ଆଜମଗଡ଼ରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଅବତରଣ ବେଳେ ଏକ ଗାଈ ଦ୍ରୁତ ଗତିରେ ପଶି ଆସିଥିଲା। ଗୋଟିଏ ପଟେ ପାଇଲଟ୍‌ ହେଲିକପ୍ଟର ଅବତରଣ କରୁଥିବା ବେଳେ ଗାଈଟି ହଠାତ ଦୌଡ଼ି ପଡ଼ିଆ ଭିତରକୁ ଚାଲିଆସିଥିଲା ।

ଗାଈକୁ ଦେଖି ପୂର୍ବରୁ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ଭୟ ପାଇଯାଇଥିଲେ। କିଛି ସୁରକ୍ଷାକର୍ମୀ ବାଡି ଧରି ଗାଈକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲିକପ୍ଟର ଅବତରଣ କରୁଥିବା ବେଳେ ପଡ଼ିଆରେ ପ୍ରବଳ ଧୂଳି ଉଡ଼ିଥିଲା। ଏହା ସତ୍ବେ ପୋଲିସ କର୍ମୀ ଗାଈକୁ ସେଠାରୁ ବାହାର କରିବାରେ ସଫଳ ହୋଇଥିଲେ। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିଥିଲା। ସବୁ କିଛି ଠିକ୍‌ ଠାକ୍‌ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସ୍ଥାନ ଛାଡ଼ିବା ପରେ ସୁରକ୍ଷାକର୍ମୀମାନେ ଆଶ୍ବସ୍ତି ଲାଭ କରିଥିଲେ।

wp:embed {"url":"https://twitter.com/Live_Hindustan/status/1396758828834717701","type":"rich","providerNameSlug":"twitter","responsive":true,"className":""}
https://twitter.com/Live_Hindustan/status/1396758828834717701
/wp:embed

ସୋମବାର ଗୋଣ୍ଡା, ଆଜମଗଡ଼ ଏବଂ ବାରଣାସୀ ଗସ୍ତରେ ଥିଲେ ଯୋଗୀ ଆଦିତ୍ୟନାଥ। ଆଜି ଦ୍ବିପ୍ରହର ୨ଟା ବେଳେ ଆଜମଗଡ଼ରେ ପହଞ୍ଚିଥିଲା ଯୋଗୀଙ୍କ ହେଲିକପ୍ଟର। ଏହା ଲ୍ୟାଣ୍ଡ କରିବାକୁ ଥିବା ବେଳେ ହଠାତ ଗାଈଟି ପଶିଆସିଥିଲା। ଏହାକୁ ଦେଖି ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଲ୍ୟାଣ୍ଡିଂ ବେଳର ଧୂଳିକୁ ଚିରି କିଛି ସୁରକ୍ଷାକର୍ମୀ ଗାଈଟିକୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.