ଚାଲିଥିଲା ଗଞ୍ଜେଇ ଚାଲାଣ, ଚଢାଉ ବେଳେ ପୋଲିସ୍ ହାତରେ ଧରା ପଡିଲେ କନଷ୍ଟେବଲ
19/03/2023 at 10:42 PM

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣ କରିବା ସମୟରେ ପୋଲିସ ହାତରେ ଧରା ପଡିଲେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ମାର୍କାପାଲ୍ଲୀ ଗ୍ରାମରେ। ପୋଲିସ୍ ୨୧ କେଜି ଗଞ୍ଜେଇ ଜବତ କରିଥିବା ପୋଲିସ୍ କର୍ମଚାରୀ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି।
ମାଲକାନଗିରି ଏସଡିପିଓ ସଚିନ ପଟେଲଙ୍କ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାର୍କାପାଲ୍ଲୀ ହାଟ ନିକଟରେ ଚଢ଼ାଉ କରିଥିଲେ । ହେଲେ ଏହି ସମୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣ ଘଟଣାସ୍ଥଳରୁ ଖସି ପଳାଇଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଇଛି। ସେମାନଙ୍କ ମଧ୍ୟରୁ ମନୋଜ କୁମାର ମୁଦୁଲି ନାମକ ଜଣେ ରିଜର୍ଭ ପୋଲିସ କନେଷ୍ଟବଳ ରହିଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ମାର୍କାପାଲ୍ଲି ଗ୍ରାମର ସରତ କୁମାର ହନ୍ତାଳ । ସେମାନଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ପୋଲିସ ।