ସମୁଦ୍ର କୂଳିଆ ରାଜ୍ୟ, ତଥାପି ଓଡ଼ିଶାରେ ଏବେ ନଡ଼ିଆର ଅଭାବ

Published By : Prameya-News7 Bureau | February 27, 2024 IST

ଭୁବନେଶ୍ଵର: ସମୁଦ୍ର କୂଳିଆ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏବେ ନଡ଼ିଆର ଅଭାବ ଦେଖାଦେଲାଣି। ନଡ଼ିଆ ପାଇଁ ପ୍ରସିଦ୍ଧ ଥିବା ସାକ୍ଷୀ ଗୋପାଳ ଅଞ୍ଚଳରେ ଏବେ ବଡ ଅଭାବ । ସ୍ଥିତି ଏମିତି ହୋଇଛି ଏବେ ଓଡ଼ିଶାର ଅଧିକାଂଶ ଭାଗକୁ ପଡ଼ୋଶୀ ରାଜ୍ୟରୁ ନଡ଼ି ଆସୁଛି। ଯେଉଁଥିପାଇଁ ଓଡ଼ିଶାରେ ନଡ଼ିଆ ଦର ବୃଦ୍ଧି ପାଇବାରେ ଲାଗିଛି।

wp:heading {"level":4}

Also read- ତ୍ରୁଟି ମାନିଲା CHSE”: ପରୀକ୍ଷା ନିୟନ୍ତ୍ରକ କହିଲେ, ‘ଆଉଟ୍ ଅଫ୍ ସିଲାବସ୍ ନୁହେଁ, ପ୍ରଶ୍ନପତ୍ରରେ ଥିଲା ଚଏସ୍ ଡେଫିସିଟ୍’

/wp:heading

ସାକ୍ଷୀଗୋପାଳ ନଡ଼ିଆ ମାର୍କେଟରେ ଲାଗୁଛି ଆନ୍ଧ୍ର, କେରଳ, ତାମିଲନାଡୁରୁ ଆସୁଥିବା ନଡ଼ିଆ ଟ୍ରକ। ହଜାର ହଜାର ନଡ଼ିଆ ଉଚ୍ଚା ଦରରେ ବିକ୍ରି ହେଉଛି।  ଦିନେ ନଡ଼ିଆ ପାଇଁ ସାକ୍ଷୀଗୋପାଳର ହାଟର ନାଁ ଥିଲା। ଏବେ କିନ୍ତୁ  ଖାଁ ଖାଁ ନଡ଼ିଆ ବଜାର।  ରାସ୍ତା କଡ଼ରେ ଆଉ ଦେଖିବାକୁ ମିଳୁନି ଦେଶୀ ପଇଡ଼।  ପୁରୀ ଜିଲ୍ଲାରେ ନଡ଼ିଆ ଓ ପଇଡ଼ର ଅଭାବ। ପୁରୀ ଜିଲ୍ଲା ଏବେ ସମ୍ପୂର୍ଣ୍ଣ ଆନ୍ଧ୍ର ପ୍ରଦେଶ, କେରଳ, ତାମିଲନାଡୁର ନଡ଼ିଆ ଉପରେ ନିର୍ଭର କରୁଛି। ଗୋଟିଏ ନଡ଼ିଆ ୧୫ରୁ ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା ହେଲେ ଏବେ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଫନୀ ବାତ୍ୟା ଠାରୁ ନଡ଼ିଆ ଅମଳ ବହୁ ପରିମାଣରେ କମି ଯାଇଛି।  ଏପଟେ ଯୋଉ ଫଳ ଫଳୁଛି ତାହା ଉନ୍ନତମାନର ହେଉନାହିଁ।  ଫଳରେ ଚାହିଦା ବହୁତ କମ ରହୁଛି ବୋଲି ବେପାରୀ କହୁଛନ୍ତି।

ଏପଟେ ଜିଲ୍ଲା ଉଦ୍ୟାନ ବିଭାଗ ସଫେଇ ଦେଉଛି ଯେ  ଫନୀ ବାତ୍ୟାରେ ୨୫ ଲକ୍ଷ ଫଳନ୍ତି ନଡ଼ିଆ ଗଛ ଭାଙ୍ଗିଯାଇଛି।  ଆମେ ୧ ଲକ୍ଷ ୩୬  ହଜାର ୪୬୩  ହିତାଧିକାରୀଙ୍କୁ ୧୦ ଲକ୍ଷ ୨୬ ହଜାର ୪୭୩  ଟି ନଡ଼ିଆ ଗଛ ଦେଇଛୁ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ୪ ଲକ୍ଷ ୭୪ ହଜାର ୫୫୦ଟି ନଡ଼ିଆ ଗଛ ମାଗଣା ରେ ଦିଆଯାଇଛି। ନଡ଼ିଆ ଚାଷୀଙ୍କୁ କ୍ଷତି ପୂରଣ ବାବଦ  ଓ ସାନି ଚାଷ ପାଇଁ ୫୧  କୋଟି ୩୨  ଲକ୍ଷ ୩୬ ହଜାର ୫ ଶହ ଟଙ୍କା  ସହାୟତା ଦିଆଯାଇଛି।

ଏଭଳି ତଥ୍ୟ ରଖିଛନ୍ତି ପୁରୀ ଜିଲ୍ଲା ଉପ ଉଦ୍ୟାନ କୃଷି ନିର୍ଦ୍ଦେଶିକା ଡକ୍ଟର ମଞ୍ଜୁଳା ତ୍ରିପାଠୀ । ନଡ଼ିଆ ଗଛ ଫଳ ଦେବାକୁ ୫ ବର୍ଷ ଲାଗିଯାଏ ଆମେ ଆଉ ମାତ୍ର ଦୁଇ ବର୍ଷ ଭିତରେ ଏହି ସମସ୍ୟା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ଇଏ ତ କେବଳ ପୁରୀ ଜିଲ୍ଲାର କଥା କିନ୍ତୁ ନଡ଼ିଆର ଅଭାବ ଏବେ ଫନୀ ପ୍ରଭାବ ନଥିବା ଅନ୍ୟ ରାଜ୍ୟରେ ମଧ୍ୟ ଦେଖାଦେଉଥିବା ଜଣାଯାଇଛି। ସେଠାରେ ମଧ୍ୟ ଅନୁରୂପ ସ୍ଥିତି ଥିବା ଅଭିଯୋଗ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.