ଚତୁର୍ଥ ଶ୍ରେଣୀର ଛାତ୍ରକୁ ଲୁହାଛଡରେ ପିଟିପିଟି ହତ୍ୟା କଲେ ଶିକ୍ଷକ, ମା ମଧ୍ୟ ଆହତ

Published By : Prameya-News7 Bureau | December 20, 2022 IST

ଗଦଗ ୨୦।୧୨: କର୍ଣ୍ଣାଟକ ଗଦଗ ଜିଲ୍ଲା ହଦଲି ଗାଁ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା। ସ୍କୁଲରେ କଣ୍ଟ୍ରାକ୍ଚୁଆଲ କାମ କରୁଥିବା ଶିକ୍ଷକ ମୁଥପ୍ପା ହଡଗଲି ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରକୁ ଲୁହା ଛଡରେ ପିଟିବା ସହ ଏକ ମହଲାରୁ ତଳକୁ ଧକ୍କା ଦେଇଛନ୍ତି। ଫଳରେ ଛାତ୍ରଟି ତଳେ ପଡି ପ୍ରାଣ ହରାଇଛି। ଏହି ସ୍କୁଲରେ ଛାତ୍ରର ମା ମଧ୍ୟ ଶିକ୍ଷୟତ୍ରୀ ରୂପେ କାର୍ଯ୍ୟ କରନ୍ତି। ଛୁଆକୁ ଶିକ୍ଷକ ପିଟୁଥିବା ବେଳେ ଛଡାଇବାକୁ ମା ଆସିବାରୁ ତାଙ୍କୁ ମଧ୍ୟ ମୁଥପ୍ପା ଛଡରେ ପିଟିଥିଲା। ଫଳରେ ଶିକ୍ଷୟତ୍ରୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଠିକା ଶିକ୍ଷକ ଫେରାର ହୋଇଯାଇଛନ୍ତି।

{"id":723289,"sizeSlug":"full","linkDestination":"none"}

ପୋଲିସ ଅନୁସାରେ ଏହି ଘଟଣା ନରଗୁଣ୍ଡ ତାଲୁକ ହଦଲି ଗାଁରେ ଘଟିଛି। ଶିକ୍ଷକ ମୁଥପ୍ପା ହଡଗଲି ୧୦ ବର୍ଷ ବୟଷ୍କ ଭରତକୁ ଲୁହା ଛଡରେ ପିଟିବା ସହ ଏକ ମହଲା ଉପରୁ ତଳକୁ ଧକ୍କା ଦେଇଥିଲେ। ଫଳରେ ତଳେ ପଡି ଛାତ୍ରରେ ମୃତ୍ୟୁ ହୋଇଛି। ଅଭିଯୁକ୍ତ ଶିକ୍ଷକ ଭରତର ମା ଗୀତା ବାରାକେରାଙ୍କୁ ମଧ୍ୟ ପିଟିଛି। ଗୀତା ମଧ୍ୟ ସ୍କୁଲରେ କଣ୍ଟ୍ରାକ୍ଟ ଟିଚର ଭାବେ କାର୍ଯ୍ୟ କରୁଥିଲେ ଓ ଶିକ୍ଷକ ପୁଅକୁ ପିଟିବା ବେଳେ ଛଡେଇବାକୁ ଯାଇଥିଲେ।

{"id":723290,"width":842,"height":527,"sizeSlug":"full","linkDestination":"none"}

ବିଦ୍ୟାଳୟରେ ଏହି ଘଟଣା ଘଟୁଥିବା ବେଳେ ମୁଥପ୍ପାଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଉଦ୍ୟମ କରୁଥିବା ଅନ୍ୟ ଜଣେ ଶିକ୍ଷକ ଏନ.ପାଟିଲଙ୍କୁ ମଧ୍ୟ ପିଟିପିଟି ଆହତ କରିଛନ୍ତି। ମାରପିଟରେ ଆହତ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୁଥପ୍ପା ହଡଗଲି ଶିଶୁଟିକୁ ବିଦ୍ୟାଳୟରେ ଏପରି ନିର୍ଦ୍ଦୟ ଭାବେ ପିଟିବା ଓ ଏକ ମହଲା ଉପରୁ ତାକୁ ତଳକୁ ଧକ୍କା ଦେବାର କାରଣ ଜଣାପଡି ନାହିଁ। ଘଟଣା ପରେ ଅଭିଯୁକ୍ତ ମୁଥପ୍ପା ସ୍କୁଲରୁ ଫେରାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.