ଚୀନ୍‌ରେ ବଢିଲା କୋଭିଡ୍ ସଂକ୍ରମଣ : କରୋନା ବିସ୍ଫୋରଣ ରୋକିବାକୁ ପୁଣି ବନ୍ଦ ହେଲା ଏହି ସହର

Published By : Prameya-News7 Bureau | July 06, 2022 IST

ବେଜିଂ ୬।୭: ଚୀନ୍‌ରେ କୋଟି କୋଟି ଲୋକ ଲକ୍‌ଡାଉନ୍‌ରେ ରହିଛନ୍ତି । ବୁଧବାର ପ୍ରମୁଖ ପର୍ଯ୍ୟଟନ ସହରରେ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ନୂଆ ଲକ୍‌ଡାଉନ୍ କ୍ଲଷ୍ଟର ହେବା ଦ୍ବାରା ସମ୍ପୂର୍ଣ୍ଣ ପ୍ରତିବନ୍ଧକର ଭୟ ପୁଣି ଥରେ ଫେରିଛି । ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, ବୁଧବାର ଦିନ ୩ଶହରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ନୂଆ କ୍ଲଷ୍ଟର ଦେଶର ସବୁଠୁ ବଡ ସହର ସାଙ୍ଘାଇ ଏବଂ ଐତିହାସିକ ସହର ଶିଆନରେ କରାଯାଇଛି । ସ୍କୁଲ, ରେଷ୍ଟୁରାଣ୍ଟକୁ ସପ୍ତାହେ ପାଇଁ ବନ୍ଦ କରାଯାଇଛି । ନୂଆ ମାମଲା ଚୀନ୍‌ରେ ବର୍ଷ ଆରମ୍ଭ ଭଳି କଡା ପ୍ରତିବନ୍ଧକ ଭୟ ଫେରିଛି । ଯେତେବେଳେ କି ଚୀନ୍‌ରେ ଜିରୋ କୋଭିଡ୍ ପଲିସି କାରଣରୁ କୋଟି କୋଟି ଲୋକଙ୍କୁ ଘରେ ବନ୍ଦ ରହିବାକୁ ପଡିଥିଲା ।

ଅଧିକାରୀମାନେ ପୁଣି ଥରେ ସହରର ଅଧାରୁ ଅଧିକ ଜିଲ୍ଲାରେ ମାସ୍ ଟେଷ୍ଟିଂ ଆରମ୍ଭ କରିଦିଆଯାଇଛି । ଏହାସହ କାରୋକେ ବାର୍‌କୁ ବୁଧବାର ଦିନ ବନ୍ଦ କରିଦିଆଯାଇଛି । ଏଭଳି ୬ଟି ବାର୍‌ରୁ କିଛି ସଂକ୍ରମଣ କେସ୍ ସାମ୍ନାକୁ ଆସିଥିଲା । ଶିଆନରେ ୧୩ ମିଲିୟନ ଲୋକ ଲକ୍‌ଡାଉନ୍‌ରେ ରହିସାରିଛନ୍ତି ସେଠାରେ ୨୯ ସଂକ୍ରମିତ ଚିହ୍ନଟ ପରେ ପୁଣି ଥରେ ଅସ୍ଥାୟୀ ନିୟନ୍ତ୍ରଣ ଉପାୟ ଲାଗୁ କରିଦିଆଯାଇଛି । ଏଥିମଧ୍ୟରୁ ଅଧିକାଂଶ ବର୍ଜ୍ୟବସ୍ତୁ ପରିଚାଳନା କର୍ମଚାରୀଙ୍କ ପାଇଁ ।

ସାଧାରଣ ମନୋରଞ୍ଜନ ସ୍ଥାନ ଯେପରି ପବ୍, ଇଣ୍ଟରନେଟ୍ କାଫେ, ଏବଂ କାରାଓକେ ବାର୍‌ଗୁଡିକୁ ବୁଧବାର ମଧ୍ୟରାତ୍ରରୁ ବନ୍ଦ କରିଦିଆଯାଇଛି । ସରକାରୀ ମିଡିଆ ମଙ୍ଗଳବାର ମଧ୍ୟରାତ୍ରିରେ ଟେଷ୍ଟିଂ ପାଇଁ କତାରରେ ଛିଡାହୋଇଥିବା ନାଗରିକଙ୍କ ଫଟୋ ଦେଖାଇଥିଲା । ଅଧିକାରୀମାନେ ସହରରେ ନୂଆ କରୋନା ସଂକ୍ରମଣ ପାଇଁ ଓମିକ୍ରନ୍ ଭାରିଆଣ୍ଟର ବିଏ.୫.୨କୁ ଦାୟୀ କରିଛନ୍ତ । ଏହା ଖୁବ୍ କ୍ଷୀପ୍ର ଗତିରେ ବ୍ୟାପିଥାଏ ଏବଂ ରୋଗ ପ୍ରତିରୋଧକ କ୍ଷମତାର ଏହା ଉପରେ କମ୍ ପ୍ରଭାବ ପକାଇଥାଏ ।

ମହାମାରୀକୁ ଟ୍ରାକ୍ କରୁଥିବା ବିଶେଷଜ୍ଞଙ୍କ କହିବା କଥା ସମସ୍ତ ନୂଆ ମାମଲା ଓମିକ୍ରନ୍ ଭାରିଆଣ୍ଟର ବିଏ.୫.୨ର । ନୂଆ ମାମଲା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯିଏକି ଗତ ସପ୍ତାହରେ କହିଥିଲେ, ସେ ବିପୁଳ ଅର୍ଥନୈତିକ ମୂଲ୍ୟ ପରେ ବି ଜିରୋ କୋଭିଡ୍ ନୀତି ଉପରେ ତିଷ୍ଠି ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.