ବାତ୍ୟା ‘ତିତଲି’ ପ୍ରଭାବରେ ଆସିକାରେ ଭୁଶୁଡିଲା କାନ୍ଥ ; ୯ ବର୍ଷର ଝିଅ ଗୁରୁତର

Published By : Prameya-News7 Bureau | October 11, 2018 IST

ଗଞ୍ଜାମ ୧୧|୧୦:  କାନ୍ଥ ଭୁଶୁଡି ନଅ ବର୍ଷର ବାଳିକା ଗରୁତର ହୋଇଛି । ବାତ୍ୟା ତିତଲି ପ୍ରକୋପରୁ ସୁରକ୍ଷା ପାଇଁ  ସମସ୍ତେ ସଜାଗ ରହିଥିବା ବେଳେ  ଏଭଳି ଅଭାବନୀୟ ଘଟଣା ଘଟିଛି ଆସିକା ଖାରିଆ ଗ୍ରାମରେ । କାନ୍ଥ ଭୁଶୁଡି ନଅ ବର୍ଷର ଝିଅ ଗୁରୁତର ହୋଇଛି । ବାତ୍ୟା ତିତଲି ପ୍ରଭାବରେ ପବନ ଓ ବର୍ଷା ଲଗାତର ହୋଇଥିଲା । ଫଳରେ ଗାଁର ମକରା ନାୟକ, ସ୍ତ୍ରୀ ଓ ତିନି ଛୁଆଙ୍କ ସହ ନିଜ ଘରେ ଥିଲେ । ହଠାତ୍ ଓଦା ରହିଥିବା କାନ୍ଥ ଭୁଶୁଡି ପଡିଥିଲା । ଫଳରେ ନଅ ବର୍ଷର ଝିଅ ସୁଭଦ୍ରା ନାୟକ  ଗୁରୁତର ହୋଇଛନ୍ତି । ତାଙ୍କୁ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଝିଅଟିର ଡାହାଣ ହାତର ଦୁଇଟି ଆଙ୍ଗୁଠି କଟି ଯାଇଥିବାବେଳେ ଡାହାଣ ଗୋଡ଼ରେ ମଧ୍ୟ ଶକ୍ତ ଆଘାତ ଲାଗିଛି । ପ୍ରଶାସନ ନିକଟରେ ସହାୟତା ପାଇଁ ଗୁହାରି କରିଛନ୍ତି ତାଙ୍କ ବାପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.