ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

କାର୍‌ ଉପରେ ଖସି ପଡ଼ିଲା ଚାକୁଣ୍ଡା ଗଛ; ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଶିଶୁକନ୍ୟା

27/01/2023 at 11:06 PM

ପାଟଣା ୨୭/୦୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକ ପାଖରେ ପ୍ରମିଳା ଜୁଏଲାରି ନିକଟରେ ଘଟିଛି ଅଘଟଣ। ଓଡ଼ି ୦୨ ଟି ୦୫ ୮୬ ନମ୍ବର ବିଶିଷ୍ଟ ଏକ ଇନୋଭା କାରଟି ଛିଡା ହୋଇଥିବା ବେଳେ କାର ଉପରେ ଏକ ପୁରୁଣା ଚାକୁଣ୍ଡା ଗଛ ଖସି ପଡ଼ିଥିଲା। ଫଳରେ କାର ଭିତରେ ଥିବା ଚାଳକ ସହ ଶିଶୁ ୭ ବର୍ଷର ଝିଅ ଫସି ରହିଥିଲେ। କାର ଭିତରେ ଫସି ରହିଥିବା ଚାଳକ ଓ ଝିଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।

ଫଳରେ ସେମାନେ ଏକ ଆସନ୍ନ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଛଟି ରାସ୍ତା ଉପରେ ଖସି ପଡିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି। ଘଟଣାସ୍ଥଳରେ ପାଟଣା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ସେଠାକାର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପଟେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି।

   Related Posts