ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡ଼ୁଆ, ଇଡି ରୁଜୁ କଲା ମନିଲଣ୍ଡ୍ରିଂ ମାମଲା

Published By : Prameya-News7 Bureau | April 02, 2024 IST

ନୂଆଦିଲ୍ଲୀ: ଟିଏମସି ନେତା ପୂର୍ବତନ ସାଂସଦ ମହୁଆ ମୋଇତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଇଡି ମୋଇତ୍ରଙ୍କ ବିରୋଧରେ ଏବେ ମନିଲଣ୍ଡ୍ରିଂ ମାମଲା ମଧ୍ୟ ରୁଜୁ କରିଛି। ମହୁଆ ମୋଇତ୍ରଙ୍କ ଉପରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ନେଇ ଅଭିଯୋଗ ପରେ ହିଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ଏହି ମାମଲା ବେଶ୍‌ ବିବାଦୀୟ ହେବା ପରେ ଇଡି ମହୁଆଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ କରିଥିଲା। ଏହି ମାମଲାରେ ସିବିଆଇ ଯାଞ୍ଚ ମଧ୍ୟ ଜାରି ରହିଛି। ଆହୁରି ମଧ୍ୟ ଇଡି ଫେମା ନିୟମ ଅନୁଯାୟୀ ମଧ୍ୟ ମହୁଆଙ୍କୁ ପଚରାଉଚରା କରିବ।

୨୦୨୩ ଡିସେମ୍ବରରେ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଲୋକସଭାରୁ ବହିଷ୍କୃତ କରାଯାଇଥିଲା। ମହୁଆଙ୍କ ବିରୋଧରେ ବିଜେପି ନେତା ନିଶିକାନ୍ତ ଦୁବେ ଟଙ୍କା ନେଇ ପ୍ରଶ୍ନ ପଚାରିଥିବା ଗୁରୁତର ଅଭିଯୋଗ ଆଣିଥିଲେ।

ଅଭିଯୋଗ ଅନୁଯାୟୀ, ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ପାଇଁ କାମ କରିଥି‌ଲେ‌ ଏବଂ ତାହା ବଦଳରେ ଟଙ୍କା ନେଇଥିଲେ। ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ମାମଲା ବେଶ୍‌ ସରଗରମ ହୋଇଥିଲା। ପରେ ଯାଞ୍ଚରେ ମହୁଆଙ୍କ ସଂସଦ ପଦ ହରାଇଥିଲେ। ଏମିତିକି ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ଚାଲିଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.