ପୋଲିସ ପଞ୍ଝାରେ କାର୍‌ ଲୁଟେରା, ଡ୍ରାଇଭର ଭାବରେ କରୁଥିଲା କାମ

Published By : Prameya-News7 Bureau | June 07, 2024 IST

ବ୍ରହ୍ମପୁର: ପୋଲିସ ପଞ୍ଝାରେ କାର୍‌ ଲୁଟେରା। ଶୁକ୍ରବାର, ବ୍ରହ୍ମପୁର ଟାଉନ୍‌ ପୋଲିସ ଜଣେ କୁଖ୍ୟାତ କାର୍ ଲୁଟେରାକୁ ଗିରଫ କରିଛି । ଲୁଟେରା ହେଉଛି ଆନ୍ଧ୍ର ପ୍ରଦେଶର ଏମ. କ୍ରିଷ୍ଣା ପ୍ରଧାନ। ତା’ ନିକଟରୁ ୫ଟି କାର୍‌ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି।

ସୂଚନା ଅନୁଯାୟୀ, କ୍ରିଷ୍ଣା ପ୍ରଧାନ ବ୍ରହ୍ମପୁରର ବି ଚଲାପତି ରାଓଙ୍କ ଡ୍ରାଇଭର ଭାବେ କାମ କରୁଥିଲେ। କିନ୍ତୁ ସେ ଗତ ୧୬ ଦିନ ହେଲା ବ୍ରହ୍ମପୁରର ବାସୁଦେବ ନଗର ଠାରେ ରହୁଥିଲେ । ଆଉ ଏହା ପରେ ମେ ୨୯ ତାରିଖ ଠାରୁ କ୍ରିଷ୍ଣାଙ୍କ ମୋବାଇଲ ଫୋନ ବନ୍ଦ ଆସିଥିଲା। ଆଉ ଏମିତିରେ ମାଲିକ ଥାନାରେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି କାର୍‌ ଲୁଟେରାକୁ ଗିରଫ କରିଛି । ପୂର୍ବରୁ ଏଭଳି ଅନେକ କାର୍‌ ଲୁଟ୍‌ କରିଥିବା ଜଣାପଡ଼ିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା  କହିଛନ୍ତି ବ୍ରହ୍ମପୁର ଏସପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.