ଖାଦ୍ୟ ଅନ୍ଵେଷଣରେ ଯାଇ କୂଅରେ ଗଳି ପଡିଲା ଷଣ୍ଢ

Published By : Prameya-News7 Bureau | November 11, 2023 IST

ଭୁବନ:  ଖାଦ୍ୟ ଅନ୍ଵେଷଣରେ ଯାଇ କୂଅରେ ପଡିଲା ଷଣ୍ଢ । ତିନି ଘଣ୍ଟା କସରତ ପରେ କୂଅରୁ ଉଦ୍ଧାର ହେଲା ଷଣ୍ଢ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୧ର ଲତାବିଲ ସାହିରେ । ଲତାବିଲ ସାହିର ଜଳେଶ୍ବର ବେହେରା ଓ ଭୁବନ ବୈଶାଖଙ୍କ ବାଡି କୂଅରେ ଆଜି ସନ୍ଧ୍ୟାରେ ଷଣ୍ଢଟି ଖସିପଡିଥିଲା । ପରିବାର ଲୋକେ ଭୁବନ ଦମକଳ ବାହିନୀକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ତିନି ଘଣ୍ଟା କସରତ କରିବା ପରେ ତିରିଶ ଫୁଟରୁ ଷଣ୍ଢଟିକୁ ଉଦ୍ଧାର କରିଥିଲେ । କୂଅଟିର ଚଉଡା କମ ଥିବାରୁ ଅଗ୍ନିଶମ ବିଭାଗକୁ ତିନି ଘଣ୍ଟା ସମୟ ଲାଗିଥିଲା । ତେବେ ଷଣ୍ଢଟି ସୁସ୍ଥ ଥିବା ଜଣାପଡିଛି।

wp:heading {"level":4}

Also read- କାର୍ତ୍ତିକରେ ନାହିଁ ଶୀତର ଦେଖା, ଶୀତ ବସ୍ତ୍ର ଦୋକାନରେ ନାହିଁ ଭିଡ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.