Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସପିଂମଲ୍‌ ସାମ୍ନାରେ ଅଚାନକ ଭାଙ୍ଗିଗଲା ଗଛ ଡାଳ, ଅଳ୍ପକେ ବର୍ତ୍ତିଲେ ଲୋକେ, ୫ ବାଇକ୍ କ୍ଷତିଗ୍ରସ୍ତ

29/08/2022 at 6:22 PM

ଢେଙ୍କାନାଳ, ୨୯/୦୮: ଅଚାନକ ଆମ୍ବ ଗଛର ଗୋଟିଏ ବଡ଼ ଡାଳ ଭାଙ୍ଗି ତଳକୁ ଖସିପଡ଼ିଥିବା ବେଳେ ସପିଂମଲକୁ ଆସୁଥିବା ଲୋକେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଡାଳ ପଡିଯିବାରୁ ତଳେ ଚାପି ହୋଇ ୫ଟି ବାଇକ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଂଚଳର ଖେମକା ନାମକ ସପିଂମଲ ନିକଟରେ ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ସହରର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଦୀର୍ଘ ବର୍ଷ ଧରି ରହିଥିବା ଏକ ଆମ୍ବ ଗଛରୁ ବଡ଼ ଡାଳ ଅଚାନକ ଭାଙ୍ଗି ଯାଇଥିଲା । ଫଳରେ ତଳେ ଥିବା ୫ଟି ବାଇକ ଉପରେ ଖସିପଡି ଚାପି ହୋଇଯାଇଥିଲା । ବାଇକ ଗୁଡିକ ଭାଙ୍ଗିଥିଲେ ମଧ୍ୟ କୌଣସି ଲୋକ ସିଧାସଳଖ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି । ଗଛ ପାର୍ଶ୍ଵରେ ଏକ ସପିଂମଲ ରହିଥିବାବେଳେ ମଲ୍‌କୁ ଲୋକେ ଯିବା ଆସିବା କରୁଥିଲେ । ମାତ୍ର ସୌଭାଗ୍ୟ ବସତଃ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି ।

   Related Posts