୨ ଓବିସି, ଜଣେ ଦଳିତ, ଜଣେ ବ୍ରାହ୍ମଣ...ଜାଣନ୍ତୁ ପିଏମ୍ ମୋଦୀଙ୍କ ପ୍ରସ୍ତାବକଙ୍କ ବିଷୟରେ

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରାଣସୀ ଲୋକସଭା କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଗଙ୍ଗା ନଦୀ କୂଳରେ ଦଶାଶ୍ୱମେଧ ଘାଟରେ ପୂଜା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବୈଦିକ ମନ୍ତ୍ରୋଚାର ମଧ୍ୟରେ ଗଙ୍ଗା ଘାଟରେ ଆଳତୀ କରିଥିଲେ । ପିଏମ୍ ମୋଦୀ ଏହାପରେ କାଳ ଭୈରଭ ମନ୍ଦିରରେ ଦର୍ଶନ କରିଥିଲେ । ସେଠାରୁ ସିଧା ଜିଲ୍ଲାପାଳ ଅଫିସ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ । ଏଠାରେ ପିଏମ୍ ମୋଦୀଙ୍କ ଚାରି ପ୍ରସ୍ତାବକ ଉଧ୍ୟ ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରେ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ, ବୈଜନାଥ ପଟେଲ, ଲାଲଚନ୍ଦ କୁଶୱାହ ଏବଂ ସଂଜୟ ସୋନକର ସାମିଲ ଥିଲେ ।

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ପ୍ରସ୍ତାବକ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଅଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଶୁଭ ମୁହୂର୍ତ୍ତକୁ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଗଣନା କରି ବାହାର କରିଥିଲେ । ସେ ବ୍ରହ୍ମାଣ ସମାଜରୁ ଆସନ୍ତି ।
  • ବୈଜନାଥ ପଟେଲ ଓବିସି ସମାଜରୁ ଆସନ୍ତି ଏବଂ ସଂଘର ପୁରୁଣା ଏବଂ ସମର୍ପିତ କାର୍ଯ୍ୟକର୍ତ୍ତା ଅଟନ୍ତି ।
  • ଲାଲଚନ୍ଦ କୁଶୱାହ ମଧ୍ୟ ଓବିସି ସମୁଦାୟ ।
  • ସଂଜୟ ସୋନକର ଦଳିତ ସମାଜରୁ ଆସନ୍ତି ।

ନିର୍ବାଚନରେ ପ୍ରସ୍ତାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏମାନେ ହିଁ ପ୍ରାର୍ଥୀଙ୍କ ନାଁର ପ୍ରସ୍ତାବ ରଖନ୍ତି । ନିର୍ବାଚନ ଆୟୋଗଙ୍କ ଅନୁସାରେ, ପ୍ରସ୍ତାବକ ସ୍ଥାନୀୟ ଲୋକ ହୋଇଥାନ୍ତି, ଯେଉଁମାନେ କୌଣସି ପ୍ରାର୍ଥୀଙ୍କ ନିର୍ବାଚନ ଲଢିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦିଅନ୍ତି । ସାଧାରଣତଃ ନାମାଙ୍କନ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ଦଳର ଭିଆଇପି କ୍ୟାଣ୍ଡିଡେଟ୍ ପାଇଁ ପାଞ୍ଚ ଏବଂ ସାଧାରଣ ପ୍ରାର୍ଥୀ ପାଇଁ ୧୦ ଜଣ ପ୍ରସ୍ତାବକଙ୍କ ଦରକାର ପଡ଼ନ୍ତି । ଅନେକ ଥର ପ୍ରସ୍ତାବକଙ୍କ ଯୋଗୁଁ ନିର୍ବାଚନର ରୂପ ବଦଳି ଯାଇଥାଏ, ଯାହ ଏଥର ସୁରତ ଲୋକସଭାରେ ଦେଖିବାକୁ ମିଳିଥିଲା । ନିୟମ ଅନୁସାରେ ଯଦି କୌଣସି ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ରାଜନୀତିକ ଦଳରୁ ପ୍ରାର୍ଥୀ ରୂପେ ନିର୍ବାଚନ ଲଢୁଛନ୍ତି, ତେବେ ନିର୍ବାଚନ କ୍ଷେତ୍ରର ଜଣେ ଭୋଟରଙ୍କୁ ତାଙ୍କ ପ୍ରାର୍ଥୀତ୍ୱ ପାଇଁ ପ୍ରସ୍ତାବ ଦେବା ଜରୁରୀ ହୋଇଥାଏ ।

ନିର୍ବାଚନରେ ପ୍ରସ୍ତାବକଙ୍କ ବିନା କୌଣସି ପ୍ରାର୍ଥୀଙ୍କ ନାମାନଙ୍କ ଅଧୁରା ହୋଇଥାଏ । ନିୟମ ଅନୁସାରେ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରସ୍ତାବକଙ୍କ ହସ୍ତାକ୍ଷର ଯାଞ୍ଚ କରାଯାଇଥାଏ । ସଂକ୍ଷିପ୍ତ ପଚରାଉଚରା ପରେ ଯଦି ରିଟର୍ଣ୍ଣିଂ ଅଫିସର ହସ୍ତାକ୍ଷର ଅସଲି ନଥିବା କୁହନ୍ତି, ତେବେ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ କରାଯାଇପାରେ । 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.