ହାଇ ଭୋଲଟେଜ ତାରରେ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ : ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିଲେ ଯୁବକ
9/06/2019 at 4:48 PM

ଯମୁନାନଗର ୯/୬: ଯମୁନାନଗରରେ ରବିାର ଜଣେ ଯୁବକ ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାଟି ଘଟିଛି ଜଗାଧରୀ ଓ୍ବାର୍କସପରେ। ଏଠାକାର ରେଲଓ୍ବେ ଓ୍ବାର୍ଡ଼ରେ ଜଣେ ୧୫ବର୍ଷର କିଶୋର ଏଠାରେ ଛିଡ଼ା ହୋଇଥିବା ମାଲଗାଡ଼ି ଉପରେ ଚଢ଼ି ସେଲଫି ନେଉଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

କିଶୋରଙ୍କ ନାଁ ସୋନୁ। ସେ ଶିବ ନଗରରେ ରହୁଥିଲେ। ସେ ଜଗାଧରୀ ଓ୍ବାର୍କସପରେ ଥିବା ରେଲଓ୍ବେ ଓ୍ବାର୍ଡ଼ରେ ଛିଡ଼ା ହୋଇଥିବା ମାଲଗାଡ଼ି ଉପରେ ଚଢ଼ି ଯାଇଥିଲେ। ସେ ମୋବାଇଲରେ ନିଜର ଫଟୋ ଉଠାଉଥିବାବେଳେ ଉପରେ ହାଇ ଭୋଲଟେଜ ତାରରେ କରେଣ୍ଟ ଆସିଥିଲା। କରେଣ୍ଟ ଲାଗିବା ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ସହ ହୋଇଥିବା ମାଉସୀ ପୁଅ ଭାଇ ଦୀପକ ଏବଂ ସାହିଲ ଦୈାଡ଼ି ଯାଇ ଘରେ ପହଞ୍ଚି ତାଙ୍କ ବିଷୟରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଲୋକମାନେ ଜିଆରପିଙ୍କୁ ସୂଚନା ଦେଇଥିଲେ ଏବଂ ଲାଇନ୍ କାଟି ଶବକୁ ଟ୍ରେନରୁ ତଳକୁ ଓହ୍ଲାଇଥିଲେ।

କରେଣ୍ଟ ଲାଗିବାରୁ ଶବଟି ପୂରାପୂରି ପୋଡ଼ି ଯାଇଥିଲା। ପୋଲିସ୍ ମୃତକଙ୍କ ଶବକୁ ପୋଷ୍ଟମର୍ଟମ୍ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
