ଜମିଜମା ବିବାଦକୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

Published By : Prameya-News7 Bureau | January 09, 2023 IST

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କହ୍ନେଇପାଲି ଗାଁରେ ଜମିଜମା ବିବାଦକୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଗୋଟିଏ ପରିବାର ତିନି ଭାଇ ଗୁରୁତର । ଗାଁର ଅନ୍ୟଏକ ପରିବାର ତିନି ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତରମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗୁରୁତର ତିନି ଭାଇ ହେଲେ ନିରଞ୍ଜନ ବାରିକ,ସନାତନ ବାରିକ ଓ ଲକ୍ଷଣ ବାରିକ । ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଦୁଇ ପରିବାର ମଧ୍ୟରେ ଜମି ବିଦାଦ ଅଜି ଉଗ୍ର ରୁପ ନେଇଥିଲା । ଗାଁରେ ତରଣି ବାରିକ, ମିଲନ ବାରିକ ଓ କୁନୁ ବାରିକ ଏବଂ ପରିବାର ମୁଖ୍ୟ ହରହର ବାରିକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.