ଚଣ୍ଡିଖୋଲ : ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ, ସଂଗ୍ରହ ହେଲା ୧୦୦ ୟୁନିଟ୍ ରକ୍ତ

Published By : Prameya-News7 Bureau | June 29, 2021 IST

ଚଣ୍ଡିଖୋଲ ୨୯/ ୦୬ : ବଡଚଣା ବ୍ଲକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଚଣ୍ଡିଖୋଲ ସ୍ଥିତ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟାଳୟରେ ଏହି ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହିତ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଏହାସହିତ ସେଠାରେ ଉପସ୍ଥିତ ରହି ଯୁବପିଢିଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ୧୦୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।

{"width":840,"height":574}
May be an image of 8 people, people standing and people sitting

ବର୍ତ୍ତମାନ କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଏକ ଉତ୍କଟ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ଏହାକୁ କିଛି ମାତ୍ରାରେ ଦୂର କରିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏଭଳି ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବାବୁନି ରାଜ, ଜିଲ୍ଲା ସାଧାରଣ ସମ୍ପାଦିକା ଦେବଜାନୀ ପ୍ରଧାନ, ସମ୍ପାଦକ ପ୍ରମୋଦ ଜେନା, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଆଇଟି ସେଲ ଅଧ୍ୟକ୍ଷ ଚୀନ୍ମୟୀ ସାହୁ, ଯୁବ ସମାଜସେବୀ ପ୍ରୀତମ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

{"width":837,"height":387}
May be an image of 6 people, people sitting, people standing and indoor
{"id":473276,"width":838,"height":419,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.