AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ନୂଆବର୍ଷ ପୂର୍ବରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୧୧ ଜିଲ୍ଲାର ଏସପି

30/12/2022 at 7:06 PM

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳାଇଛନ୍ତି ରାଜ୍ୟ ସରକାର । ଏହାସହ ତିନି ବରିଷ୍ଠ ଆଇପିଏସ ଅଫିସରଙ୍କୁ ପଦ୍ନୋନତି ଦିଆଯାଇଛି । ଆଇପିଏସ ଅଫିସର ଅଖିଳେଶ୍ୱର ସିଂ, ବ୍ରିଜେଶ ରୟ ଏବଂ ଚରଣ ସିଂ ମୀନାଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ସେହିପରି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସ୍‌ପି ଭାବେ ନୂତନ ନିଯୁକ୍ତି ଦିଆଯାଇଛି । ରାହୁଲ ପି.ଆର୍‌ ଜଗତସିଂହପୁର ଜିଲ୍ଲାର ନୂଆ ଏସ୍‌ପି । ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସ୍‌ପି ଭାବେ ନିଯୁକ୍ତ କରାଯାଇଛି । ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ଏସ୍‌ପି, ବିନୀତ ଅଗ୍ରଓ୍ବାଲଙ୍କୁ ଯାଜପୁର ଏସ୍‌ପି ଭାବେ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ବରୁଣ ଗୁଣ୍ଟୁପାଲି ଭଦ୍ରକର ନୂଆ ଏସ୍‌ପି ହୋଇଛନ୍ତି । ବାଲେଶ୍ବର ଏସ୍‌ପି ଭାବେ ସାଗରିକା ନାଥଙ୍କୁ ନିଯୁକ୍ତ କରିଛନ୍ତି ସରକାର । ନୂଆପଡାର ନୂତନ ଏସପି ଭାବେ କାର୍ଯ୍ୟ କରିବେ ଗୁଣ୍ଡାଲା ରେଡ୍ଡୀ । ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସ୍‌ପି, ଅଭିନବ ସୋନକାର କୋରାପୁଟ ଏସ୍‌ପି ଭାବେ କାମ କରିବେ । ସେହିପରି ଜ୍ଞାନ ରଞ୍ଜନ ମହାପାତ୍ର ଢେଙ୍କାନାଳ ଏସ୍‌ପି ହୋଇଛନ୍ତି । ଆଇପିଏସ ଏଲ୍‌. ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି ସରକାର ।

   Related Posts