LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଷ୍ଟ୍ରେଲିଆକୁ ବଡ ଝଟକା, ବାକି ୨ଟି ଟେଷ୍ଟରୁ ବାଦ୍ ପଡିଲେ ଏହି ତାରକା ଖେଳାଳି

21/02/2023 at 4:27 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଶୃଙ୍ଖଳା ଜାରି ରହିଛି। ଘରୋଇ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ସେପଟେ ଅତ୍ୟନ୍ତ ନୈରାଶଜନକ ପ୍ରଦର୍ଶନ କରି ଲଜ୍ଜାଜନକ ପରାଜୟ ଭୋଗିଛି ଅଷ୍ଟ୍ରେଲିଆ। ତେବେ ଏହା ମଧ୍ୟରେ କଙ୍ଗାରୁ ଦଳକୁ ଲାଗିଛି ବଡ ଝଟକା। ଆହତଜନିତ ସମସ୍ୟା କାରଣରୁ ଦଳର ଓପନିଂ ବ୍ୟାଟର ତଥା ଡେଭିଡ୍ ଓ୍ଵାର୍ଣ୍ଣର ଟେଷ୍ଟ ଶୃଙ୍ଖଳାରୁ ବାଦ୍ ପଡିଛନ୍ତି।

୩୬ ବର୍ଷୀୟ ଏହି ଖେଳାଳି ଦିଲ୍ଲୀରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ କେଇ ମିନିଟ୍‌ ଭିତରେ ଦୁଇ ଥର ଆହତ ହୋଇଥିଲେ। ମହମ୍ମଦ ସିରାଜଙ୍କ ଏକ ବାଉନ୍ସ ବଲ୍  ତାଙ୍କ ହେଲମେଟ୍‌ରେ ବାଜିଥିଲା। ଏହା ପୂର୍ବରୁ ବଲ୍ କହୁଣୀରେ ବାଜିଥିଲା। ଏହା ପରେ ତାଙ୍କ ବଦଳ ଖେଳାଳି ଭାବେ ମାଥ୍ୟୁ ରେନଶଙ୍କୁ ଦଳରେ ସାମିଲ୍ କରାଯାଇଥିଲା।

ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଅନୁଯାୟୀ, ଭେଟେରାନ ବ୍ୟାଟର ରିହାବିଲିଟେସନ ଦେଇ ଗତି କରିବେ। ସେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଦଳକୁ ଫେରିବେ ବୋଲି ଆଶା କରାଯାଉଛି। ଦିନିକିଆ ଶୃଙ୍ଖଳା ମାର୍ଚ୍ଚ ୧୭ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ। ଆମେ ବର୍ତ୍ତମାନ ଓ୍ଵାର୍ଣ୍ଣରଙ୍କୁ ଟେଷ୍ଟ ଖେଳାଇ ରିସ୍କ ନେବାକୁ ଚାହୁଁନୁ। ତାଙ୍କୁ ଉପଯୁକ୍ତ ବିଶ୍ରାମ ଦରକାର।

ଏ ଖବର ପଢନ୍ତୁ- ୧୦ ଓଭରରେ ଦରକାର ଥିଲା ୧୦୦ ରନ୍, ଜିତାଇଲେ ମ୍ୟାଚ୍ : ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଅକ୍ଷର

ଉଲ୍ଲେଖନୀୟ ଦ୍ଵିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରି ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ବଜାୟ ରଖିଛି। ତୃତୀୟ ଟେଷ୍ଟ ମାର୍ଚ୍ଚ ୧ରେ ଇନ୍ଦୋରରେ ଖେଳାଯିବ। ତେଣୁ ଏହି ସମୟ ଖେଳାଳି ନିଜକୁ ମାନସିକ ଭାବେ ଫିଟ୍ ରଖିବାକୁ  ଚେଷ୍ଟା କରିବେ।

   Related Posts