ଆଜିଠୁ ଆକାଶରେ ଦେଖାଗଲା ଉଲକା : ଜାଣନ୍ତୁ କେଉଁ ସମୟରେ ଆପଣ ଏହାକୁ ଦେଖିବେ ଏବଂ ପୂରଣ କରିବେ ସମସ୍ତ ମନୋସ୍କାମନା
6/05/2020 at 5:42 PM

ଦେଶବ୍ୟାପି ଲୋକେ ଏବେ କରୋନା ଭାଇରସ୍ ଭଳି ମହାମାରୀ ସହ ଲଢ଼ୁଛନ୍ତି। ଏପରି ପରିସ୍ଥିତିରେ ପ୍ରକୃତି ମଧ୍ୟ ଅନେକ ସୁନ୍ଦର ଦୃଶ୍ୟ ଦେଖାଉଛି ଯାହାକୁ ଦେଖି ମନୁଷ୍ୟଙ୍କୁ ଅନୁତାପ ହେଉଛି ଯେ ଏସବୁକୁ ସେ ଭୁଲି ଯାଇଥିଲା। କରୋନା ଭାଇରସର ଏହି ସଙ୍କଟମୟ ସମୟରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ। ବୁଧବାର ଅର୍ଥାତ୍ ଆଜି ରାତିଠୁ ମେ ୨୮ତାରିଖ ଯାଏଁ ପ୍ରତିଦିନ ସୂଯ୍ୟୋଦୟର ୨ଘଣ୍ଟା ପୂର୍ବରୁ ଏହି ଦୃଶ୍ୟ ଦେଖିବାକୁ ମିଳିବ। ଭାରତରେ ମଧ୍ୟ ଲୋକେ ଏହି ସୁନ୍ଦର ଦୃଶ୍ୟକୁ ଦେଖିବାକୁ ପାଇଥିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଟିକେ ଶୀଘ୍ର ଉଠିବାକୁ ପଡ଼ିବ। ଏହି ସୁନ୍ଦର ଦୃଶ୍ୟ ହେଉଛି ଉଲକା।
ଉଲକା ସେତେବେଳେ ଦେଖାଯାଇଥାଏ ଯେତେବେଳେ କ୍ଷୁଦ୍ରଗ୍ରହର ଧୂଳିକଣା ପୃଥିବୀର ବାତାବରଣରେ ପ୍ରବେଶ କରିଥାଏ। ଏହି ଦୃଶ୍ୟ ଆଜିଠୁ ଦେଖିବାକୁ ମିଳିଛି ।