ଗାଧୋଇବାକୁ ଯାଇ ଗାଁ ପୋଖରୀରେ ବୁଡିଗଲେ ସପ୍ତମ ଶ୍ରେଣୀ ଛାତ୍ର

Published By : Prameya-News7 Bureau | December 17, 2022 IST

ଢେଙ୍କାନାଳ: ଗାଁ ପୋଖରୀକୁ ଗାଧୋଇବାକୁ ଯାଇ  ପୋଖରୀ ପାଣିରେ ପହଁରିବା ବେଳେ ଆଉ ଫେରି ପାଳିଲେନି କୂଳକୁ । ଫଳରେ ପୋଖରୀ ପାଣିରେ ବୁଡିଯାଇ ଜଣେ ୧୨ବର୍ଷ ବୟସର ବାଳକର ପ୍ରାଣହାନୀ ଘଟିଛି। ଢେଙ୍କାନାଲ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କୁଟୁଣିଆ ଗ୍ରାମରେ ଘଟିଛି ଏପରି ଅଘଟଣ ।

ମୃତ ପିଲାଟି ଉକ୍ତ ଗ୍ରାମର ହୃଦାନନ୍ଦ ସାହୁଙ୍କ ୧୨ବର୍ଷର ପୁଅ ତୁଷାର କାନ୍ତ ସାହୁ । ତୁଷାର କାନ୍ତ କୁଟୁଣିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ସ୍କୁଲ ଛୁଟି ପରେ ତୁଷାର କାନ୍ତ ଘରକୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ।  ତେବେ ସାଙ୍ଗ ମାନଙ୍କ ସହ ପୋଖରୀରେ ପହଁରିବା ବେଳେ ଆଉ କୂଳକୁ ଫେରି ନପାରି ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ପୋଖରୀରୁ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରିଢେଙ୍କାନାଲ ଜିଲ୍ଲା ମୁଖ୍ୟ ଡକ୍ଟରଖନାରେ  ଭର୍ତ୍ତି କରିଥିଲେ । ମାତ୍ର ଡକ୍ଟରଖନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.