୫୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଥିଲେ ୭୬ ବର୍ଷୀୟା ବୃଦ୍ଧା; ଜୀବିତ ଅବସ୍ଥାରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | May 30, 2022 IST

ପୁରୀ ୩୦/୦୫ : ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ। ଏଭଳି ଆପଣ ଶୁଣିଥିବେ ଏବଂ ଅଳ୍ପ ବହୁତ୍ ପୁରୁଣା କାଳିଆ ଲୋକେ ମଧ୍ୟ ଏହାକୁ ଅନୁଭବ କରିଥିବେ।‌ ଠିକ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ପୁରୀ ସୁଆର ସାହିରେ ଦେଖିବାକୁ ମିଳିଛି।‌ ଜଣେ ୭୪ ବର୍ଷିୟା ବୃଦ୍ଧା ୫୦ ଫୁଟର ଗଭୀର କୂଅ ଭିତରକୁ ଗଳିପଡ଼ିଥିଲେ। କିନ୍ତୁ ଜୀବିତ ଅବସ୍ଥାରେ କୂଅ ଭିତରୁ ଉଦ୍ଧାର ହୋଇଛନ୍ତି।। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ କଥାଟି ପୁରା ସତ

ଖବର ଅନୁସାରେ ଆଜି ମଧ୍ୟାହ୍ଣ ୧.୧୩ରେ ହଠାତ୍ ଅଗ୍ନିଶମ ବିଭାଗର ଘଣ୍ଟି ବାଜିଥିଲା। ଜଣେ ବୃଦ୍ଧା କୂଅର ୫୦ ଫୁଟ ତଳକୁ ଖସି ପଡିଛନ୍ତି ବୋଲି ଜଣା ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ବୃଦ୍ଧା ଜଣକ ୫୦ଫୁଟର କୂଅ ଭିତରେ ଥିବା ଫସିଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀମାନେ କୂଅ ଭିତରେ ପସି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ପରେ ଆହତ ବୃଦ୍ଧାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ହରପ୍ରିୟା ମହାପାତ୍ର କୂଅ ଉପରେ ପଡ଼ିଥିବା ଜାଲି ଉପରେ ବୃଦ୍ଧା ଜଣକ ବସିଥିବା ବେଳେ ଭିତରକୁ ଖସିପଡ଼ିଥିଲେ। ଏନେଇ ତାଙ୍କ ପୁଅ ମଦନମୋହନ ପ୍ରତିହାରୀ କହିଛନ୍ତି, ସେ ଦେଉଳକୁ ଯାଇଥିବା ବେଳେ ଖବର ପାଇଥିଲେ ଯେ ତାଙ୍କ ମା’ କୂଅ ଭିତରେ ଖସି ପଡ଼ିଛନ୍ତି। ତୁରନ୍ତ ଏନେଇ ସେ ୧୧୨ ନଂରେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରି ସହାୟତା ମାଗିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମା’ଙ୍କୁ ଉଦ୍ଧାର କରିଥିଲା।

ପାଇଖାନା ଯାଉଥିବା ବେଳେ ମୁଣ୍ଡ ବୁଲାଇ ହେବାରୁ ମା’  ଘର ଭିତରେ ଥିବା କୂଅ ଉପରେ ବସି ପଡ଼ିଥିବା ଅନୁମାନ କରିଛନ୍ତି। ତେବେ ଦୁର୍ଭାଗ୍ୟକୁ ଜାଲି ଭାଙ୍ଗି ମା’ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଏତେ ବଡ଼ କୂଅ ଭିତରେ ଖସିପଡ଼ି ମଧ୍ୟ ବୃଦ୍ଧାଙ୍କୁ ଜୀବିତ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ ସଫଳ ହେବା ଅଲୋଚନାର ବିଷୟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.