WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋଆ SHMର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ୭ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ

21/09/2023 at 8:21 PM

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଚଳିତ ବର୍ଷ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଲାଗି ୭ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ “ଚେକ୍ ଇନ୍ ପ୍ରୋଗ୍ରାମ ୨୦୨୩”ରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲ୍‌ର ଅଧ୍ୟକ୍ଷ କର୍ଣ୍ଣେଲ୍ ବାଲୁ ଭାରଥ ଓ କୁଳପତି ପ୍ରଫେସର ନନ୍ଦ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ହୋଟେଲ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ସେମାନଙ୍କର ଭବିଷ୍ୟତ ଖୁବ୍ ଉଜ୍ୱଳ ବୋଲି କହିଥିଲେ ।

ଏହି ଅବସରରେ ସୈନିକ ସ୍କୁଲ୍ର ଅଧ୍ୟକ୍ଷ କର୍ଣ୍ଣେଲ୍ ଭାରଥ ଛାତ୍ରଛାତ୍ରୀମାନଙ୍କୁ ଉଚିତ୍ ସ୍ଥାନ, ଉଚିତ୍ ସମୟ ଓ ଉଚିତ ପୋଷାକ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । କୌଣସି କାମକୁ ହୀନ ନ ଭାବି କାର୍ଯ୍ୟ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ସେହିପରି ରୋହିତ ତିୱାରୀ ନୈତିକ ମୂଲ୍ୟବୋଧ ଓ ଆଗ୍ରହ ଉପରେ ଅଧିକ ମନୋନିବେଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏସ୍‌ଏଚ୍‌ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ- ପ୍ରଥମ ଥର ପାଇଁ ମହାକାଶକୁ ଯିବେ ପାକିସ୍ତାନୀ, ୫ କୋଟି ଟଙ୍କାର ଟିକେଟ୍‌ କିଣିଲେ ମହିଳା

   Related Posts