ଜାପାନରେ ତୀବ୍ର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧
28/03/2023 at 7:45 PM

ନୂଆଦିଲ୍ଲୀ, ୨୮/୦୩: ଜାପାନର ଆଓମୋରୀରେ ମଙ୍ଗଳବାର ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି। ଏନେଇ ଜାପାନ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ତେବେ ଏହି ଭୂମିକମ୍ପରେ ସୁନାମୀ ନେଇ କୌଣସି ସୂଚନା ଜାରି କରାଯାଇନାହିଁ। ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୂମିକମ୍ପ ସକାଳ ୬ ଟା ୧୮ ମିନିଟ୍ ସମୟରେ ଆସିଥିଲା। ତେବେ ଭୂମିକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ତେବେ ତିନି ପୂର୍ବରୁ ମଧ୍ୟ ୨୫ ଫେବ୍ରୁଆରୀରେ ମଧ୍ୟ ଭୂମିକମ୍ପ ହୋଇଥିଲା।
ଭୂମିକମ୍ପ ହୋଇଥିବା ସ୍ଥାନ ଜାପାନର ବଡ଼ ଦ୍ବୀପ ମଧ୍ୟରୁ ଗୋଟିଏ। ଏଠାରେ ବହୁମାତ୍ରାରେ ଲୋକେ ବାସ କରିଥାନ୍ତି। ଜାପାନ ପାଣିପାଗ ବିଭାଗ ଅନୁଯାୟୀ, ଏହା ଏଭଳି କ୍ଷେତ୍ର ଯେଉଁଠାରେ ଅନେକ ସମୟରେ ଭୂମିକମ୍ପ ଆସିଥାଏ। ତେବେ ମଙ୍ଗଳବାର ଆସିଥିବା ଭୂମିକମ୍ପ ବିପଦଜ୍ଜନକ ହୋଇପାରିଥାନ୍ତା।
ସୂଚନାଯୋଗ୍ୟ, ଗୋଟିଏ ମାସ ପୂର୍ବରୁ ତୁର୍କୀ ଏବଂ ସିରିୟାରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଯାହାପରେ ଲୋକଙ୍କୁ ଖୁବ୍ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏବେ ନିକଟରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ଏହି ଭୂମିକମ୍ପ ଯୋଗୁଁ ଏବେବି ଲୋକଙ୍କ ସମସ୍ୟା ଭୋଗୁଛନ୍ତି।