ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା ବିଲ୍ଡିଂ; ଚାରିଆଡ଼େ ଚାଞ୍ଚଲ୍ୟ, ଭାଇରାଲ ଭିଡିଓ
8/03/2023 at 5:40 PM

ନୂଆଦିଲ୍ଳୀ, ୦୮/୦୩: ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା। ଏଭଳି ଏକ ଘଟଣା ଘଟିଛି ଦିଲ୍ଳୀର ବିଜୟ ପାର୍କ ଅଞ୍ଚଳରେ। ଏଠାରେ ଏକ ପାଞ୍ଚ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ନେଇ ସୂଚନା ମିଳିନାହିଁ। ସେପଟେ ସୂଚନା ମିଳିବା ପରେ ପୋଲିସ୍ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳକୁ ଯାନବାହନ ଚଳାଚଳ ବନ୍ଦ ରଖାଯାଇଛି। ଭଗ୍ନାବଶେଷ ହଟାଯିବାକୁ ପ୍ରସ୍ତୁତି ଜାରି ରହିଛି।
ସେପଟେ ବିଲ୍ଡିଂ ଭୁଶୁଡ଼ିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଘର ଭୁଶୁଡ଼ିମାତ୍ରେ ସେଠାରେ ଲୋକମାନେ ଏଣେ ତେଣେ ଦୌଡ଼ିବାକୁ ଲାଗୁଛନ୍ତି। ନିକଟରେ ଥିବା ଅନ୍ୟ କିଛି ଘର ଏବଂ ଦୋକାନ ମଧ୍ୟ ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ତେବେ ଏନେଇ କୌଣସି ଅଧିକାରୀକ ସୂଚନା ମିଳପାରିନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଦୁର୍ଘଟଣାସ୍ଥଳରୁ ଦୂରରେ ରଖିବାକୁ ଚେଷ୍ଟାକରୁଛି। ତେବେ ଏପର୍ଯ୍ୟନ୍ତ ବିଲ୍ଡିଂ ଭୁଶୁଡ଼ିବାର କାରଣ ଜଣାପଡ଼ିନାହିଁ।