ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
26/03/2023 at 7:38 AM

ନୂଆଦିଲ୍ଳୀ, ୨୬/୦୩: ରାଜସ୍ଥାନର ବିକାନେର ଜିଲ୍ଳାରେ ରବିବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରହିଛି। ଭୂମିକମ୍ପ ଝଟକା ରାତି ୨ଟା ୧୬ ରେ ଅନୁଭୂତ ହୋଇଛି। ଏହାର କେନ୍ଦ୍ର ବିକାନୋର ଠାରୁ ୫୧୬ କିମି ଦୂରରେ ରହିଛି। ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ଅବଶ୍ୟ ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଭାରତର ଅନେକ ରାଜ୍ୟରେ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା। ଦିଲ୍ଳୀ-ଏନସିଆର, ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର, ହିମାଚଳ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହ ସମଗ୍ର ଉତ୍ତର ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।