suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଆଇଫୋନ୍‌ ଡେଲିଭରୀ କରିବାକୁ ଆସିଥବା ଏଜେଣ୍ଟକୁ ହତ୍ୟା, ଟଙ୍କା ମାଗିବାରୁ ଛୁରୀ ଭୁସିଦେଲେ ୨୦ ବର୍ଷୀୟ ଯୁବକ..

20/02/2023 at 4:40 PM

ନୂଆଦିଲ୍ଳୀ, ୨୦/୦୨: ଆଜିକାଲି ମହଙ୍ଗା ଫୋନ୍‌କୁ ନିଜ ଫ୍ୟାସନରେ ସାମିଲ୍‌ କରିବାକୁ ଚାହୁଛନ୍ତି ଯୁବପୀଢ଼ି। ନିଜ ସଉକ ପୂରଣ ପାଇଁ ଭୁଲ୍ ବାଟରେ ଚାଲୁଛନ୍ତି। ଏହାରି ମଧ୍ୟରେ କର୍ଣ୍ଣାଟକରୁ ଆସିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏଠାରେ ଜଣେ ୨୦ ବର୍ଷୀୟ ଯୁବକ ଆଇଫୋନ୍ ପାଇଁ ଫ୍ଲିପ୍‌କାର୍ଟ ଡେଲିଭରୀ ଏଜେଣ୍ଟଙ୍କୁ ଛୁରୀରେ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଫେବୃଆରୀ ୭ ତାରିଖରେ ଘଟିଥିବା ଏହି ଘଟଣା ହେଉଛି ହାସନ ଜିଲ୍ଳାର । ଅଭିଯୁକ୍ତ ହେମନ୍ତ ଦତ୍ତା ଫ୍ଲିପ୍‌କାର୍ଟରୁ ଏକ ଆଇଫୋନ୍ ଅର୍ଡର କରିଥିଲା। ଆଉ ମଞ୍ଜୁ ନାୟକ ନାମକ ଜଣେ ଡେଲିଭରୀ ଏଜେଣ୍ଟ ଆଇଫୋନ୍ ଡେଲିଭରୀ କରିବା ପାଇଁ ଆସିଥିଲେ। କିନ୍ତୁ ଡେଲିଭରୀ ସମୟରେ ହେମନ୍ତ ଫୋନ୍ ୪୬ ହଜାର ଟଙ୍କା ଦେଇନଥିଲେ ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଆଉ ଏଥିରେ ଉତ୍ୟକ୍ତ ହୋଇ ହେମନ୍ତ ଡେଲିଭରୀ ବଏକୁ ଛୁରୀରେ ଆକ୍ରମଣ କରିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ହେମନ୍ତ ଶବକୁ ଏକ ଅଖାରେ ପୂରାଇ ଚାରିଦିନ ପର୍ଯ୍ୟନ୍ତ ଘରେ ରଖିଥିଲା। ଆଉ ଚାରିଦିନ ପରେ ୧୧ ତାରିଖ ଦିନ ଘର ନିକଟସ୍ଥ ଏକ ରେଲଓ୍ବେ ଟ୍ରାକକୁ ନେଇ ଫିଙ୍ଗିବା ସହ ଜଳାଇ ଦେଇଥିଲା।

ମଞ୍ଜୁ ନାୟକ, ହାସନ ଜିଲ୍ଲାର ଅରସେକେରେ ଲକ୍ଷ୍ମୀପୁରର ବାସିନ୍ଦା ଏବଂ ସେ ଫ୍ଲିପ୍‌କାର୍ଟ ସହ ଡେଲିଭରୀ ଏଜେଣ୍ଟ ଭାବ​‌ରେ କାମ କରୁଥିଲେ। ତାଙ୍କର ନିଖୋଜ୍ ହେବା ପ​‌ରେ ତାଙ୍କ ଭାଇ ପୋଲିସ୍‌ରେ ଅଭିଯୋଗ କରିଥିଲେ। ରିପୋର୍ଟ ଅନୁଯାୟୀ ପୋଲିସକୁ ଶବ ରେଲଓ୍ବେ ଟ୍ରାକ୍‌ରୁ ମିଳିଥିଲା ଏବଂ ଅଭିଯୁକ୍ତକୁ ଶନିବାର ଗିରଫ କରାଯାଇଛି। ଘଟଣାର କିଛି ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ହେମନ୍ତ ମୃତଦେହକୁ ସ୍କୁଟିରେ ନେଇଯାଉଥିବାର ଦେଖାଯାଉଛି।

   Related Posts