ଜଘଣ୍ୟ: ନାଳ ନିର୍ମାଣକୁ କେନ୍ଦ୍ର କରି ଗଣ୍ଡଗୋଳ, ୧୨ ବର୍ଷର କିଶୋରୀଙ୍କୁ ପରିବାର ସାମ୍ନାରେ ୬ଜଣ କଲେ ଦୁଷ୍କର୍ମ

Published By : Prameya-News7 Bureau | June 10, 2019 IST

୧୨ ବର୍ଷ ବୟସ୍କା ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ୬ ଜଣ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଓ ପକ୍ସୋ ଆକ୍ଟ ତଥା ଦଳିତ ଆକ୍ଟରେ ମାମଲା ରୁଜୁ କରାଯାଇଛି। ପୀଡିତା ନାବାଳିକା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପରିବାର ଲୋକଙ୍କ ସହ ଅଭିଯୁକ୍ତଙ୍କର ନାଳ ନିର୍ମାଣକୁ ନେଇ ଝଗଡା ହୋଇଥିଲା। ଝଗଡା ହେବାମାତ୍ରେ ଅଭିଯୁକ୍ତମାନେ ପୀଡିତାଙ୍କ ପରିବାର ସାମ୍ନାରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରିବାର ଲୋକେ ବିରୋଧ କରିବାରୁ ତାଙ୍କ ସହ ମଧ୍ୟ ମାରପିଟ୍‌ କରିଥିଲେ।     

ଏଭଳି ଏକ ମର୍ମନ୍ତୁଦ ଘଟଣା କୁଶିନନଗର ଜିଲ୍ଲାର ଅହିରୌଲି ସ୍ଥିତ ଏକ ଗାଁରେ ଘଟିଛି । ଅଭିଯୁକ୍ତଙ୍କ ବିରୋଧରେ ପୀଡିତାଙ୍କ ମା ମାମଲା ରୁଜୁ କରିଥିଲେ। ପୋଲିସ ଘଟଣାର ଅନୁସଂଧାନ କରୁଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରି ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିସାରିଛି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରା ଯିବା ପାଇଁ ତଦନ୍ତ ଜାରି ରଖିଛି। ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ତାଙ୍କୁ ଡାକ୍ତରଖାନା ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.