scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାଇଫାଇ ହୋଟେଲ ନା ମୃତ୍ୟୁର ଜନ୍ତା ! ସେଭେନ୍‌ ଷ୍ଟାର ହୋଟେଲରେ ବିରିୟାନୀ ଖାଇ ୩୦ରୁ ଉର୍ଦ୍ଧ୍ବ ଗୁରୁତର, ଚାଲିଗଲା ୧୦ ବର୍ଷୀୟ ଶିଶୁର ଜୀବନ

11/09/2021 at 10:02 PM

ଚେନ୍ନାଇ ୧୧/୦୯ : ତାମିଲନାଡୁର ତିରୁଓ୍ବନମଲାଇ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ସେଭେନ ଷ୍ଟାର ହୋଟେଲରେ ଖାଦ୍ୟ ଖାଇ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଖାଦ୍ୟ ବିଷାକ୍ତ(ଫୁଡ୍‌ ପଏଜନିଂ) ହେବାଯୋଗୁଁ ଜଣେ ୧୦ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ପ୍ରାୟ ୨୯ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉକ୍ତ ସପ୍ତ ତାରକା ହୋଟେଲକୁ ସିଲ୍‌ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ, ତିରୁଓ୍ବନମଲାଇ ଜିଲ୍ଲାର ଅରନୀ ଅୟ୍ଚଳରେ ଥିବା ଏକ ସେଭେନ୍‌ ଷ୍ଟାର ହୋଟେଲରେ କିଛି ଲୋକ ପହଞ୍ଚିଥିଲେ । ସେଠାରେ ସେମାନେ ଖାଦ୍ୟରେ, ବିରିୟାନୀ ଏବଂ ଚିକେନ୍‌ ଖାଇଥିଲେ । ତେବେ ବିରିୟାନୀ ଖାଇବା ପରେ ପରେ ହିଁ ଆନନ୍ଦ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ, ପୁଅ ସରନ ଏବଂ ଝିଅ ଲୋଶିନୀ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ ।

କେବଳ ସେମାନେ ନୁହଁନ୍ତି ଉକ୍ତ ହୋଟେଲକୁ ଯାଇଥିବା ଅନ୍ୟ କିଛି ଲୋକ ମଧ୍ୟ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ଆନନ୍ଦଙ୍କ ଝିଅ ଲୋଶିନୀଙ୍କର ମୃତ୍ୟୁ ଘଟିଛି । ଆନନ୍ଦ ଏବଂ ତାଙ୍କ ପତ୍ନୀ, ପୁଅକୁ ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୨୯ ଜଣ ଗୁରୁତର ହୋଇପଡିଛନ୍ତି ଏବଂ ସମସ୍ତଙ୍କର ଚିକିତ୍ସା ଜାରିରହିଛି । ଘଟଣା ବାବଦରେ ଜଣାପଡିବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉକ୍ତ ସେଭେନ୍‌ ଷ୍ଟାର ହୋଟେଲକୁ ତୁରନ୍ତ ସିଲ କରିଦିଆଯାଇଥିବା ବେଳେ ହସ୍ପିଟାଲରେ ସାମାନ୍ୟ ସୁସ୍ଥ ଥିବା ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏହା ସହିତ ହୋଟେଲ ମାଲିକ ଅମଜଦ ଭାଷା ଏବଂ ଶୈଫ୍‌ ମୁନ୍ନିୟାଡୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି ।  

   Related Posts