ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପରୀକ୍ଷା ଚାଲିଥିବାରୁ ମୋବାଇଲ୍‌ ଦେବାକୁ ମନା କଲା ମାଆ, ଫ୍ରିଫାୟର ନିଶାରେ ଅଭାବନୀୟ କାଣ୍ଡ ଘଟାଇଦେଲା ୯ମ ଶ୍ରେଣୀ ଛାତ୍ର

30/09/2021 at 10:57 PM

ଆନନ୍ଦପୁର, ୩୦/୦୯: ଘଷିପୁରା ଥାନା ଇନ୍ଦୁପୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଫ୍ରି-ଫାୟାର ଗୋମ୍ ଖେଳିବା କାରଣରୁ ଜଣେ ଛାତ୍ରର ଜୀବନ ଯାଇଥିବା ଜଣାପଡ଼ିଛି । ମୃତ ଛାତ୍ର ଆନନ୍ଦପୁର ଆର୍ଦଶ ବିଦ୍ୟାଳୟର ୯ମ ଶ୍ରୋଣୀର ଛାତ୍ର ସୌମ୍ୟ ରଂଜନ ଜେନା । ସୌମ୍ୟ ଆଜି ମୋବାଇଲରେ ଫ୍ରିଫାୟାର ଗୋମ୍ ଖେଳିବକୁ ମାଙ୍କୁ ମୋବାଇଲ୍ ମାଗିଥିଲା । ହେଲେ ଗତ ୨ଦିନ ଧରି ବିଦ୍ୟାଳୟର ପରୀକ୍ଷା ଚାଲିଥିବାରୁ ତାଙ୍କ ମାଆ ମୋବାଇଲ୍ ଦେବାକୁ ବାରଣ କରିଥିଲେ ।

ଏତିକିରେ ସୌମ୍ୟ ରାଗିଯାଇ ଛାତ ଉପରେ ବେକରେ ରଶି ଲଗାଇ ଦେଇଥିଲା । କିଛି ସମୟପରେ ତାର ଭଉଣୀ ଛାତକୁ ଯିବାରୁ ସୌମ୍ୟର ଏ ଅବସ୍ଥା ଦେଖି ମାଆଙ୍କୁ ଜଣାଇଥିଲେ । ପରିବାର ଲୋକେ ସେଠାରୁ ତାକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଏହି ଖବର ପ୍ରଚାରିତ ହୋବାପରେ ଆନନ୍ଦପୁର ଆର୍ଦଶ ବିଦ୍ୟାଳୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

   Related Posts