oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

8/04/2022 at 8:36 PM

ମେଷ–ସ୍ୱାସ୍ଥ୍ୟ ଭଲ ରହିବ ଏବଂ ସାହସର ସହ ପ୍ରତ୍ୟେକ କାମକୁ ସମ୍ପନ୍ନ କରିପାରିବେ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ଧାର୍ମିକ ହେବେ ।

ବୃଷ – ଅତୀତ ସମସ୍ୟା ବୃଦ୍ଧି ପାଇବା ହେତୁ ମନରେ ନକାରତ୍ମକ ଭାବନା କେନ୍ଦ୍ରୀଭୂତ ହେବ । କର୍ମକ୍ଷେତ୍ରରେ ଏବଂ ବାଣିଜ୍ୟ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । କିନ୍ତୁ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଗୃହିଣୀ-ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ମହତ ହେବ ।
ରୋଗୀ-ସତର୍କତାର ଦିନ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ମିଥୁନ – ଆଜି ଆପଣ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । କିନ୍ତୁ ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।

କର୍କଟ –ଆଜିର ପ୍ରତ୍ୟୁଷ ଯାତ୍ରା କାଲରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ । ବନ୍ଧୁମାନଙ୍କ ସାହାୟତାରେ ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବ । ସଭାସମିତିରେ ବାଦାନୁବାଦ ମନ୍ତବ୍ୟ ହେତୁ କୌଣସି ସିଦ୍ଧାନ୍ତରେ ପହଞ୍ôଚପାରିବେ ନାହିଁ । ଶୁଭ ରଙ୍ଗୟେଲୋ । ଶୁଭ ଅଙ୍କ ୧ ।
ଗୃହିଣୀ- ପରକୁ ଆପଣାର କରିବେ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- କୀର୍ତ୍ତିସ୍ତମ୍ବ ସ୍ଥାପନ କରିବେ ।
ରୋଗୀ- ଅଳସୁଆ ଲାଗିପାରେ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ସିଂହ – କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ । ଆଜି ସତକଥା କହି ବିବାଦ ଘେରରେ ପଡିପାରନ୍ତି । ହଠାତ୍ କୌଣସି କ୍ଷେତ୍ରରେ ଭାଙ୍ଗି ପଡନ୍ତୁ ନାହିଁ । ସାହିତ୍ୟ,କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ-ସୁଖ ଅନୁଭବ କରିବେ ।

କନ୍ୟା –ହଠାତ୍ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ । କର୍ମକ୍ଷେତ୍ରରେ ଲକ୍ଷ୍ୟ ପୁରଣ ସହ ସହ-ଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଟଙ୍କା ପଇସା ଦେବା ନେବାକୁ କେନ୍ଦ୍ର କରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ତୁଳା – ଆଜି ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ବିଶାଖା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ । ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ କିନ୍ତୁ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । ଶୁଭ ରଙ୍ଗନାରଙ୍ଗୀ । ଶୁଭ ଅଙ୍କ ୩ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ବିଛା – ଯଥା ସମୟରେ ହାତକୁ ନେଇଥିବା କାମ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ଧୈଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ମନୋରଞ୍ଜନରେ ଆଗ୍ରହୀ ହେବେ କିନ୍ତୁ ମାତ୍ରାଧିକ ଭ୍ରମଣ ହେତୁକ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଚାଷୀ- ଉତ୍ତମ ଫଳ ପାଇବେ ।

ଧନୁ – ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବେ । କମ୍ରକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।

ମକର –ପାରିବାରିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବଢିପାରେ । ସମ୍ପର୍କର ତିକ୍ତତା ବୃଦ୍ଧି ପାଉଥିବାରୁ ନିକଟ ସମ୍ପର୍କୀୟମାନେ ପାକ ମାଡିବେ ନାହିଁ । ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ । ଆଶା କରିଥିବା କାମ ଶେଷ ପର୍ଯ୍ୟାୟକୁ ନେଇପାରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ଗୃହିଣୀ-ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ବ୍ୟବସାୟୀ-ସଫଳତା ମିଳିବ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- କମନୀୟ ଶରୀର ଯୁକ୍ତ ହେବେ ।
ରୋଗୀ- ୟୋଗା କରନ୍ତୁ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

କୁମ୍ଭ – ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳିବ । ସାମାଜିକ ସ୍ତରରେ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ । ପରିବାର ମଧ୍ୟରେ ଛୋଟକଥାକୁ ଧରି ବସନ୍ତୁ ନାହିଁ । ଯାତ୍ରା ସମୟରେ ପୁରାତନ ରୋଗପୀଡାରୁ ବିଶେଷ କଷ୍ଟ ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ସହଯୋଗ ମିଳିବ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ମୀନ – ଆଜି ଫେରିବା ବେଳକୁ ଘରର ଅଶାନ୍ତ ଅପିବେଶ କେତେକାଂଶରେ ଶାନ୍ତ ପଡି ଯାଇଥିବ । ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି । ଅନ୍ୟକୁ ସାହାର୍ଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ନୂଆ ବନ୍ଧୁ ମିଳିବେ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

   Related Posts