ନୀଳଗିରିରେ ୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ନମିଳିବାରୁ ୯ ମାସର ଶିଶୁ ପୁତ୍ରର ମୃତ୍ୟୁ
14/09/2018 at 11:47 AM

ବାଲେଶ୍ବର ୧୪/୯:ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳରେ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ଅବହେଳାରୁ ଜଣେ ୯ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବ୍ରହ୍ମପୁର ଥାନା ଅଧୀନସ୍ଥ ଛତ୍ରପୁର ଗ୍ରାମରେ ଯଦୁନାଥ ଲୋହାରଙ୍କ ଏକମାତ୍ର ୯ମାସର ଶିଶୁପୁତ୍ରଙ୍କୁ ଥଣ୍ଡା ହୋଇଥିବାରୁ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ ହୋଇଥିଲା।ବ୍ରହ୍ମପୁର ହସ୍ପିଟାଲରେ ଭର୍ତିପରେ ଶିଶୁକୁ ବ୍ରହ୍ମପୁର ୧୦୮ ଆମ୍ବୁଲାନ୍ସରେ ନୀଳଗିରି ଡାକ୍ତରଖାନା ଅଣାଯାଉଥିଲା।ଶିଶୁଟିର ବାପା ମା ତାକୁ ଅକ୍ସିଜେନ ଦେବାକୁ କହିଥିଲେ ମଧ୍ୟ କର୍ମଚାରୀ ଦେବେ ଦେବେ କହି ଅବହେଳା କରିବାରୁ ଶିଶୁଟି ନୀଳଗିରି ଡାକ୍ତରଖାନା ପହଂଚିବା ବେଳକୁ ତାର ମୃତ୍ୟୁ ଘଟିଥିଲା।ବ୍ରହ୍ମପୁର ପୋଲିସ ତଦନ୍ତ ଆରମ୍ଭକରି ପୋଷ୍ଟମୋର୍ଟମ୍ ପାଇଁ ପଠାଇଥିବା ବେଳେ ମୃତକ ଶିଶୁର ପରିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।