AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ହିନ୍ଦ୍ ମହାସାଗରରେ ଚୀନ୍କୁ ଚେକ୍ ଦେବ ଭାରତ, ଡ୍ରାଗନ୍ ଉପରେ ନଜର ରଖିବ MQ-9B ଡ୍ରୋନ୍

4/12/2022 at 10:13 AM

ନୂଆଦିଲ୍ଲୀ: ସମୁଦ୍ର ସୀମାରେ ଆଉ ଚାଲିବ ନାହିଁ ଡ୍ରାଗନର ତେରଛା ନଜର । ହିନ୍ଦ୍ ମହାସାଗରରେ ଚୀନ୍‌କୁ ଚେକ୍ ଦେବାକୁ ଭାରତୀୟ ନୌସେନା ପ୍ରସ୍ତୁତି ଆରମ୍ଭ କରିଛି । ଭାରତ ମହାସାଗର ସୀମାରେ ପଇଁତରା ମାରିବ ଆମେରିକା ପ୍ରସ୍ତୁତ ଡ୍ରୋନ୍ । ଡ୍ରାଗନକୁ ଜଳପଥରେ ନାଲିଆଖି ଦେଖାଇବାକୁ ପ୍ରତିରକ୍ଷା ବିଭାଗ ଆମେରିକାର ହାଇଟେକ୍ MQ-9B ପ୍ରଡିଟର ଡ୍ରୋନ୍ କିଣିବାକୁ ଯୋଜନା କରୁଛି ।

ହିନ୍ଦ୍ ମହାସାଗରେ ଚୀନର ଚାଲାକି ଚଳିବନି । ଡ୍ରଗାନକୁ ଜଗିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରତିରକ୍ଷା ବିଭାଗ । ନୌସେନା ଅଧିକାରୀ ଆଡମିରାଲ ଆର ହରି କୁମାରଙ୍କ ସୂଚନା ଅନୁଯାୟୀ, ସମୁଦ୍ରରେ ଚୀନ୍ ଓ ପାକିସ୍ତାନ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଡ୍ରୋନ୍ କିଣିବ ଭାରତ । ହାଇଟେକ୍ MQ-9B ପ୍ରଡିଟର ଡ୍ରୋନ୍ କିଣିବାକୁ ଯୋଜନା କରୁଛି ଭାରତୀୟ ପ୍ରତିରକ୍ଷା ବିଭାଗ । ୩ଆରବ ଡଲାରରେ ୩୦ଟି ସ୍ବତନ୍ତ୍ର ଯୁଦ୍ଧ ଡ୍ରୋନ୍ କିଣିବ ଭାରତ । ଏହି ଡ୍ରୋନ୍ ସହାୟତାରେ ଆଲକାଏଦାର ସରଗାନ-ଅଲ-ଜଓ୍ବାହରିକୁ ଅନ୍ତ କରିଥିଲା ଆମେରିକା । ଦେଶର ସୁରକ୍ଷା, ନୌସେନାର ପ୍ରଥମ ପ୍ରାଥମିକତା। ୨୦୪୭ ସୁଦ୍ଧା ଭାରତୀୟ ଜଳସେନା ସମ୍ପୂର୍ଣ୍ଣ ରୂପେ ଆତ୍ମନିର୍ଭର ହେବା ପାଇଁ ପ୍ରତିଶ୍ରୁତି ବଦ୍ଧ ।

MQ-9B ପ୍ରଡିଟର ଡ୍ରୋନ୍ କିଣିବାକୁ ଆମେରିକା ଓ ଭାରତ ମଧ୍ୟରେ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ମୋଟ୍ ୩୦ଟି ଅତ୍ୟାଧୁନିକ ଡ୍ରୋନ୍ ମଧ୍ୟରୁ ତିନି ସେନାକୁ ୧୦ଟି ଲେଖାଏଁ ଯୁଦ୍ଧ ଡ୍ରୋନ୍ ମିଳିବ । ଏଥିପାଇଁ ୩ ମିଲିୟନ ଡଲାର ଖର୍ଚ୍ଚ ହେବ ।

ଅତ୍ୟାଧୁନିକ କ୍ଷମତା ସମ୍ପନ୍ନ MQ-9B ପ୍ରଡିଟର ଡ୍ରୋନ୍ । ଆକାଶରେ ୩୫ ଘଣ୍ଟା ପର୍ଯ୍ୟନ୍ତ ଏହି ଡ୍ରୋନ୍ ଉଡିପାରିବ । ଘଣ୍ଟା ପ୍ରତି ୪୮୨ କି.ମି. ବେଗରେ ଉଡିବାର କ୍ଷମତା ରଖୁଥିବା ଏହି ଯାନ ଆକାଶମାର୍ଗରେ ୧୯୦୦କିଲୋମିଟର କ୍ଷେତ୍ର ଉପରେ ନଜର ରଖିବ । ୨୦୨୦ରେ ନୌସେନା ଜଳସୀମାରେ ଶକ୍ତି ବଢାଇବାକୁ ଆମେରିକା ଠାରୁ MQ-9B SEA GUARDIAN ଡ୍ରୋନର ଏକ ଯୋଡ଼ି ଲିଜ୍‌ରେ ଆଣିଥିଲା ଭାରତ । ଏହି ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ହୀନ୍ଦ୍ ମହାସାଗରରେ ଶତ୍ରୁ ଉପରେ କଡ଼ା ନଜର ରଖିଥିଲା । ସମୁଦ୍ର ସୀମାରେ ଚୀନ୍ ଜାହାଜ ଉପରରେ ନଜର ରଖିବାକୁ MQ-9B ଡ୍ରୋନ୍ କିଣିବ ଭାରତ ।  

   Related Posts