ସ୍କୁଲରେ ଅନୁପସ୍ଥିତ ରହିବା ପଡ଼ିଲା ମହଙ୍ଗା, ୯୬ ଶିକ୍ଷକ ଚାକିରୀରୁ ବିଦା
19/12/2022 at 10:56 PM

ଭୁବନେଶ୍ୱର, ୧୯/୧୨: ଶିକ୍ଷକଙ୍କ ଉପରେ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୯୬ ଜଣ କନିଷ୍ଠ ଶିକ୍ଷକଙ୍କୁ ଚାକିରୀରୁ ବହିସ୍କୃତ କରାଯାଇଛି । ୧୫୪ ଜଣଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୨୬ ଜଣ ଶିକ୍ଷକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଶିକ୍ଷକମାନେ ସ୍କୁଲରେ ଅନୁପସ୍ଥିତ ରହୁଥିବା କାରଣରୁ ସେମାନଙ୍କ ଉପରେ ବିଭାଗ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।