ସୋଆରେ ଆରମ୍ଭ ହେଲା ଆସୋସିଏସନ୍ ଅଫ୍ ଇଣ୍ଡିଆନ ୟୁନିଭରସିଟିର ୯୩ ତମ ବାର୍ଷିକ ସାଧାରଣ ସଭା

Published By : Prameya-News7 Bureau | February 16, 2019 IST

ଭୁବନେଶ୍ବର୧୬|୨: ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଦ୍ଦିଷ୍ଟ ଶୀର୍ଷ ସଂସ୍ଥା ଦ ଆସୋସିଏସନ୍ ଅଫ୍ ଇଣ୍ଡିଆନ ୟୁନିଭରସିଟିର ୯୩ ତମ ବାର୍ଷିକ ସାଧାରଣ ସଭା ଶିକ୍ଷା ଅନୁସନ୍ଧାନ ୟୁନିଭରସିଟିରେ ଆରମ୍ଭ ହୋଇଛି। ୩ ଦିନିଆ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାୟଳର ୨୦୦ କୂଳପତି, ଦେଶର ଓ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିତ୍ବ , ପ୍ରଶାସକ ଓ ୟୁରୋପିଆନ ୟୁନିଅନ, ତାଇୱାନ, ମାଲେସିଆ ପ୍ରଭୃତି ଦେଶରୁ ପ୍ରତିନିଧିମାନେ ଯୋଗ ଦେଇଛନ୍ତି।

{"id":85871}

ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବ ବହନ କରୁଥିବା ଏହି କାର୍ଯ୍ୟକ୍ରମରେ ଆଟୋନୋମି ଫର୍ ଏକ୍ସଲେନ୍‌ସ ଇନ୍ ହାୟର ଏଜୁକେସନ ନାମକ ଜାତୀୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ସ୍ବାୟତତା, ସମୟ ଅନୁଯାୟୀ ଶିକ୍ଷା ବ୍ୟବସ୍ଥାକୁ ପ୍ରସ୍ତୁତ କରିବା, ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଆର୍ଥିକ ସହାୟତା, ଆନ୍ତର୍ଜାତୀକ ସ୍ତରର ଶିକ୍ଷା ବ୍ୟବସ୍ଥା ଆଣିବା ପାଇଁ ଆଲୋଚନ ହୋଇଛି।

{"id":85872,"width":595,"height":334}

ସମୟ ଅନୁସାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକମାନ ଯୋଡ଼ିବାର ଆବଶ୍ୟକତା ରିହିଛି। ଶିକ୍ଷା ବ୍ୟବସ୍ଥା ହେଉ ବା ଅଧ୍ୟାପକ ମାନଙ୍କୁ ପ୍ରଶିକ୍ଷଣ ଦେବା, ସରକାରୀ ୟୁନିଭରସିଟିରେ ରିସର୍ଚ୍ଚ ଓ ଇନୋଭେସନକୁ ପ୍ରୋତ୍ସାହିତ କରିବା ପାଇଁ ୟୁଜସି ବିଭିନ୍ନ କାର୍ଯ୍ୟ ହାତକୁ ନେଇଥିବା ସଂସ୍ଥାନର ସଚିବ ରଜନୀଶ ଜୈନ କହିଛନ୍ତି।

{"id":85873,"width":594,"height":333}

କାର୍ଯ୍ୟକ୍ରମ ଅବସରରେ ବିଦେଶରୁ ଆସିଥିବା ପ୍ରତିନିଧି ମଣ୍ଡଳ ଉଚ୍ଚଶିକ୍ଷା କ୍ଷେତ୍ରରେ ମିଳିତ ଉଦ୍ୟମରେ କାମ କରିବା ପାଇଁ ଆଲୋଚନା କରିଥିଲେ। ବିଶେଷକରି ବିଶ୍ବରେ ଟେକ୍‌ନୋଲୋଜି ଓ ଇନୋଭସନ କ୍ଷେତ୍ରରେ ବିଶ୍ବରେ ଚତୁର୍ଥ ସ୍ଥାନରେ ଥିବା ତାଇୱାନ ଇନୋଭେସନ ଓ ରିସର୍ଚ୍ଚ କ୍ଷେତ୍ରରେ ଭାରତୀୟ ଛାତ୍ରଙ୍କୁ ସ୍ମଲାରସିପ୍ ଓ ଫଣ୍ଡି ଦେବାକୁ ଆଗ୍ରହୀ ଥିବାବେଳେ ମାଲେସିଆ ଇନୋଭେସନ ଓ ଆଣ୍ଟ୍ରୋପ୍ରିନିୟରସିପ୍ କ୍ଷେତ୍ରରେ ପାର୍ଟନରସିପ୍ ପାଇଁ ଆଗ୍ରହୀ ଅଛି।

{"id":85874,"width":595,"height":334}

କାର୍ଯ୍ୟକ୍ରମର ଆଗାମୀ ଦୁଇ ଦିନରେ ରହିବ ଟେକ୍‌ନିକାଲ ସେସନ୍‌ସ। ଚତୁର୍ଥ ଶିଳ୍ପ ବିଳ୍ପବ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ କଣ ରହିଛି ଚାଲେଞ୍ଜ, ଉଚ୍ଚଶିକ୍ଷା ମାଧ୍ୟମରେ କ୍ରିଡା ଓ ସଂସ୍କୃତିର ବିକାଶ ଆଦି ଗୁରୁତ୍ବପର୍ଣ୍ଣ ବିଷୟରେ ଦେଶ ବିଦେଶର ବିରଷ୍ଠ ଶିକ୍ଷାବିତ୍ ଓ ପ୍ରତିନିଧିମାନେ ନିଜର ବକ୍ତବ୍ୟ ରିଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.