ନୂଆଦିଲ୍ଲୀ: ପ୍ରିୟଜନଙ୍କୁ ହରାଇବା ଯେ କେତେ କଷ୍ଟ ଏକଥା ସିଏ ଜାଣିଛି ଯିଏ ଏ ଦୁଃଖ ଭୋଗିଛି। ତା ଠୁ ବଳି ଯନ୍ତ୍ରଣା ହେଲା ପ୍ରିୟ ବ୍ୟକ୍ତିଙ୍କର ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ୍ ହେବା। ଏହି ଦୁଃଖଦ ସମୟରେ ମଣିଷ ଖୁବ୍ ଭାଙ୍ଗିପଡ଼େ। ଏହି ସମୟକୁ ସାମ୍ନା କରିବା ବ୍ୟକ୍ତି ପାଇଁ ସବୁଠାରୁ କଠିନ୍ନ ସମୟ ହୋଇଥାଏ। ଏଥିପାଇଁ ଜଣେ ୯୨ ବର୍ଷୀୟା ମହିଳା ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରିୟଜନଙ୍କ ପାଇଁ କିଛି ନିୟମ କରିଛନ୍ତି। ସେ ଚାହାଁନ୍ତି ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଏକ ଖୁସିର କାର୍ଯ୍ୟକ୍ରମ ଭାବେ ପରିଣତ ହେଉ। ଏଥିପାଇଁ ସେ ଯେଉଁ ନିମୟ କରିଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।
ମଜାଳିଆ ଶୋଭାବର ଏହି ମହିଳା ଜଣଙ୍କ ହେଲେ ଲିଲିଆନ ଡ୍ରୋନିଆକ୍। ଲିଲିଆନ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ମଜାଳିଆ ହରକତ ପାଇଁ ବେଶ୍ ଫେମସ୍। ଇନ୍ଷ୍ଟାରେ ରିଲ୍ ବନାଇ ଲୋକଙ୍କ ମନ ଖୁସି କରାନ୍ତି ଲିଲିଆନ। ସବୁ ଗ୍ରାଣ୍ଡମାଙ୍କ ସିଇଓ ବୋଲି କହୁଥିବା ଗ୍ରାଣ୍ଡମା ଡ୍ରୋନିଆକ ନାମକ ପ୍ରୋଫାଇଲ୍ରେ ସେ ଏହି ମଜାଳିଆ ଭିଡିଓକୁ ଶେୟାର କରନ୍ତୁ।
ସେ ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଏମିତି କିଛି ମଜାଳିଆ ଭିଡିଓ ପୋଷ୍ଟ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ କିଛି ଉପଦେଶ ଦେଇଛନ୍ତି। ତାଙ୍କ ସମୟ ଆସିଲେ ସେ ତିନୋଟି ସରଳ ନିୟମ ବତାଇଛନ୍ତି।
ପ୍ରଥମ ନିୟମରେ ସେ କହିଛନ୍ତି " ତୁମେ କାନ୍ଦିପାର କିନ୍ତୁ ଅଧିକ କାନ୍ଦି ନିଜକୁ ବୋକା ବୋଲି ପ୍ରମାଣିତ କରିବ ନାହିଁ।" କାରଣ ସେ ଚାହାଁନ୍ତି ନାହିଁ ଯେ କେହି ନିଜକୁ ଏଭଳି କାନ୍ଦି ବୋକା ବନାଉ।
ସେହିପରି ଦ୍ୱିତୀୟ ମେସେଜ୍ରେ ସେ ସମସ୍ତଙ୍କୁ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ନ କାନ୍ଦି ବରଂ ମଦ ପିଇବାକୁ ଉପେଦଶ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ମରିବା ପରେ କାନ୍ଦିବା ଅପେକ୍ଷା ଭଲ ହେବ ମଦ ପିଇବ। ଲିଲିୟାନଙ୍କର ଏହି ଭିଡିଓ ବର୍ତ୍ତମାନ ଭାଇରାଲ୍ ହେଉଛି। ମିଲିୟନ ମିଲିୟନ ଭ୍ୟୁ ମିଳୁଛି।