ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଆଦର୍ଶ ଶିକ୍ଷକ ଦୈତାରୀ ସାର୍‌ଙ୍କ ୯୨ତମ ଜୟନ୍ତୀ ସମାରୋହ, ଜୀବନ ଗଢ଼ିବାରେ ଥିଲା ତାଙ୍କର ଆଦର୍ଶ

28/01/2023 at 11:17 AM

କେନ୍ଦ୍ରାପଡ଼ା ୨୮/୦୧: ଦୈତାରୀ ସାର୍‌ କେବଳ ଶିକ୍ଷାଦାନ ଭିତରେ ସୀମାବଦ୍ଧ ନଥିଲେ । ସେ ଥିଲେ ଧୋୟାଞ୍ଚଳର ଜଣେ ମହାପୁରୁଷ । ମହାନ ବ୍ୟକ୍ତିତ୍ୱ । ସବୁରି ମୁରବି । ସର୍ବୋପରି ଜଣେ ଭଲ ଅଭିଭାବକ । ସେ ତାଙ୍କ ଛାତ୍ରମାନଙ୍କୁ ଜୀବନ ଗଢ଼ିବାର କଥା ଶିଖାଇଥିଲେ । ତାଙ୍କ ଗୁରୁମନ୍ତ୍ରଙ୍କୁ ଅନୁସରଣ କରି ଆଜି ତାଙ୍କର ଛାତ୍ରଛାତ୍ରୀମାନେ ନିଜକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ତାଙ୍କ ପରି ଜଣେ ମହାନ ଶିକ୍ଷକ ତଥା ମହାନ ପିତାଙ୍କ ଅନୁଶାସନରେ ବଢ଼ିଆସିଥିବା ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଏହାର ଅନ୍ୟତମ ସର୍ବୋଚ୍ଚ ଉଦାହରଣ ବୋଲି ଆଦର୍ଶ ଶିକ୍ଷକ ଦୈତାରୀ ନାୟକଙ୍କ ଜୟନ୍ତୀ ସମାରୋହରେ ଯୋଗ ଦେଇ ବକ୍ତାମାନେ ମତ ଦେଇଛନ୍ତି ।
ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଧୀନ ବଲୁରିଆଠାରେ ଅନୁଷ୍ଠିତ ଦୈତାରୀ ନାୟକଙ୍କ ୯୨ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏମ୍‌ସ ନୂଆଦିଲ୍ଲୀର ପୂର୍ବତନ ଖ୍ୟାତନାମା ନ୍ୟୁରୋସର୍ଜନ୍‌ ତଥା ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ସମ୍‌ ହସ୍ପିଟାଲର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମର ଉପଦେଷ୍ଟା ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ସ୍ୱର୍ଗତ ନାୟକଙ୍କ ଗୁଣ ସ୍ମରଣ କରିଥିଲେ । ଗୁରୁ, ଶିକ୍ଷକ ଓ ଅଧ୍ୟାପକଙ୍କ ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ଅତି ସରଳ ଭାଷାରେ ଡା. ମହାପାତ୍ର ବୁଝାଇଥିଲେ । ‘ଗୁରୁ’ ଶବ୍ଦ ଅର୍ଥର ବ୍ୟାପକତା ଅଛି । ‘ଗୁରୁ’ଙ୍କ ସ୍ଥାନ କେହି ନେଇପାରିବେ ନାହିଁ ବୋଲି ସେ କହିଥିଲେ । ଅନ୍ଧକାରର ଗଭୀରତାରୁ ଯେ ଛାତ୍ରଛାତ୍ରୀଙ୍କୁ ଆଲୋକକୁ ଆଣନ୍ତି, ଚରିତ୍ର ଗଠନ ଓ ପରିମାର୍ଜନା କରନ୍ତି, ସେ ହିଁ ହେଉଛନ୍ତି ପ୍ରକୃତ ଗୁରୁ ପଦବାଚ୍ୟ । ଗୁରୁ ଅଦ୍ୱିତୀୟ । ସେପରି ଜଣେ ଗୁରୁ ସ୍ୱର୍ଗତ ଶିକ୍ଷକ ଦୈତାରୀ ନାୟକ ଥିଲେ । ଯାହାଙ୍କ ଆଦର୍ଶ, ଦିଗ୍‌ଦର୍ଶନ, ପ୍ରେରଣାରେ ଅନୁପ୍ରାଣିତ ହୋଇ ଅଞ୍ଚଳବାସୀ ନିଜକୁ ଗଢ଼ି ପାରିଛନ୍ତି ବୋଲି ସେ କହିଥିଲେ ।

ଭାରତୀୟ ସୂଚନା ସେବା ଅଧିକାରୀ, ପତ୍ରସୂଚନା ବ୍ୟୁରୋ(ପିଆଇବି)ର ପ୍ରାକ୍ତନ ନିର୍ଦ୍ଦେଶକ ଏବଂ ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ସେନସର ବୋର୍ଡର ମୁଖ୍ୟ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଶିକ୍ଷାନୁଷ୍ଠାନର ମୁଖ୍ୟ ପ୍ରଫେସର ଗୋପାଳକୃଷ୍ଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ, ଶିକ୍ଷକ ଦୈତାରୀ ନାୟକ ଗୁରୁ-ଶିଷ୍ୟ ସମ୍ପର୍କର ମହାନ ପରମ୍ପରା ସୃଷ୍ଟି କରିଥିଲେ । ଅଞ୍ଚଳବାସୀଙ୍କ ସାମୂହିକ ସମସ୍ୟାରେ ସେ ସାମିଲ ହୋଇ ନିବାରଣ କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ସେ ଖାଲି ଆଖିରେ ଦେଖିନଥିଲେ ମଧ୍ୟ ତାଙ୍କର ସୁପୁତ୍ର ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ବ୍ୟକ୍ତିତ୍ୱରୁ ତାଙ୍କର ଛବି ଅଙ୍କାଯାଇପାରେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌, କଥାକାର ପ୍ରଦୀପ ନାୟକ ଯୋଗ ଦେଇ କହିଥିଲେ, ଦୈତାରୀ ତାଙ୍କର ଛାତ୍ରଛାତ୍ରୀଙ୍କୁ ଜୀବନ ନିର୍ବାହ ନୁହେଁ ବରଂ ଜୀବନ ନିର୍ମାଣ କରିବାକୁ ଶିଖାଇଥିଲେ । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସେବାରେ ସେ ନିୟୋଜିତ କରିଥିଲେ । ତେଣୁ ଆଜି ସେ ଅମର । ଅଞ୍ଚଳବାସୀଙ୍କ ହୃଦୟରେ ଅଛନ୍ତି ।

ବର୍ଷିୟାନ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ଶିକ୍ଷାବିତ୍‌ ତଥା ସାହିତ୍ୟିକ ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୈତାରୀ ସାର୍‌ଙ୍କ ବହୁମୁଖୀ ପ୍ରତିଭା ଆଲୋଚନା କରିଥିଲେ । ଶିକ୍ଷାବିତ୍‌ ତଥା ଟ୍ରଷ୍ଟର ସଦସ୍ୟ ପାର୍ଥସାରଥୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ୍‌ ସନାତନ ତରାଇ ଧନ୍ୟବାଦ ଦେଇଥିଲେ । ଟ୍ରଷ୍ଟର ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଟ୍ରଷ୍ଟର ସଭାପତି ଭଗବାନ ରାଉତଙ୍କ ଅଧ୍ୟକ୍ଷତା ଓ କବି ସଚ୍ଚିତ୍ର କୁମାର ବେହୁରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଙ୍ଗୀତ ଗୁରୁ ସୁଧାଂଶୁ ଶେଖର ଦାସ ଗୁରୁବନ୍ଦନା ଓ ପଟ୍ଟାମୁଣ୍ଡାଇ କସ୍ତୁରୀ କଳା ନିକେତନର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଦୈତାରୀ ନାୟକ ପେନ୍‌ସନ୍‌ ଯୋଜନାରେ ୩୦ ଜଣଙ୍କୁ ସାମିଲ କରାଯାଇ ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।

   Related Posts