କରୋନା ଭାଇରସକୁ ନେଇ ଶକ୍ତ ନିୟମ ଜାରି କଲା ଏହି ଦେଶ : ନିୟମ ଭାଙ୍ଗିଲେ ୯୧ ହଜାର ଜରିମାନା ସହ ହେବ ଜେଲ

Published By : Prameya-News7 Bureau | March 16, 2020 IST

ଇଂଲଣ୍ଡ ୧୬/୦୩ : ଇଂଲଣ୍ଡ ସରକାର କରୋନା ଭାଇରସ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି | କରୋନା ସଂକ୍ରମଣକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ନିୟମ ଭାଙ୍ଗିଲେ ୯୧ ହଜାର ୨୯୪ ଟଙ୍କା ଜୋରିମାନା କିମ୍ବା ଜେଲ ଦଣ୍ଡ ଭୋଗିବାକୁ ପଡିପାରେ | ଏବେ ପର୍ଯ୍ୟନ୍ତ ଇଂଲଣ୍ଡରେ କରୋନା ଭାଇରସରେ ୩୫ ରୋଗୀଙ୍କ ମୃତ୍ୟୁ ହୋଇସାରିଛି ଏବଂ ହଜାର ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି |  

ବ୍ରିଟିଶ ଖବରକାଗଜ ଟେଲିଗ୍ରାଫ ଅନୁଯାୟୀ, ଇଂଲଣ୍ଡରେ ଯଦି କୌଣସି ବ୍ୟକ୍ତି ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିବାକୁ ମନା କରନ୍ତି ତାହେଲେ ତାଙ୍କୁ ଜେଲ ପଠାଯାଇପାରେ କିମ୍ବା ଜୋରିମାନା ଲଗାଯାଇପାରେ |  କରୋନା ଭାଇରସ ଟେଷ୍ଟିଙ୍ଗ ପାଇଁ ମନା କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ |

ସୂଚନା ଅନୁଯାୟୀ, ଇଂଲଣ୍ଡରେ କରୋନା ଭାଇରସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ମଧ୍ୟ ଅତିରିକ୍ତ ପାୱାର ଦିଆଯିବ | ଏହି ସପ୍ତାହରେ ସରକାର ଏନେନ ଘୋଷଣା କରିବେ ବୋଲି ଜଣାପଡିଛି | ଏହାଛଡା ସନ୍ଦିଗ୍ଧ ଲୋକଙ୍କୁ ପୋଲିସ ହେପାଜତକୁ ପଠାଇଦିଆଯିବ |

ହେଲ୍ଥ ପ୍ରୋଟେକ୍ସନ ପ୍ରାବଧାନ ୨୦୨୦ ଅନୁଯାୟୀ, ସରକାର କହିଛନ୍ତି ଯେ, ଯେଉଁମାନେ ଭାଇରସ ଆକ୍ରାନ୍ତ ଥିବା ସନ୍ଦେହ ହେବ କିମ୍ବା ସନ୍ଦିଗ୍ଧମାନଙ୍କୁ ତୁରନ୍ତ ହସ୍ପିଟାଲ କିମ୍ବା କୌଣସି ଅନ୍ୟ ସ୍ଥାନରେ ୧୪  ଦିନ ପର୍ଯ୍ୟନ୍ତ ରଖାଯିବ | କରୋନା ଭାଇରସ ସହ ଜଡିତ ନିୟମ ଭାଙ୍ଗିଲେ ଇଂଲଣ୍ଡରେ ତାହାକୁ କ୍ରିମିନାଲ ଆକ୍ଟ ବୋଲି କୁହାଯିବ | ନୂଆ ନିୟମ ଅନୁଯାୟୀ, ସନ୍ଦିଗ୍ଧଲୋକଙ୍କ ଯାଞ୍ଚକୁ ଅଧ୍ୟାଦେଶ ଅନିବାର୍ଯ୍ୟ କରାଦିଆଯାଇଛି | ଏହାସହ ସଂକ୍ରମିତ ଲୋକ କିମ୍ବା ସନ୍ଦିଗ୍ଧଙ୍କୁ ନିଜର ଟ୍ରାଭେଲ ହିଷ୍ଟ୍ରୀ ଦେବାକୁ ହେବ ଏବଂ ଇତି ମଧ୍ୟରେ ସେମାନେ କାହା କାହା ସହ ସାକ୍ଷାତ କରିଛନ୍ତି ତାହା ମଧ୍ୟ ଜଣାଇବାକୁ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.