କମୁଛି ସଂକ୍ରମଣ , ଖସୁନି ମୃତ୍ୟୁସଂଖ୍ୟା: ସେପଟେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୦୮ ସଂକ୍ରମିତ

Published By : Prameya-News7 Bureau | November 27, 2020 IST

ଭୁବନେଶ୍ଵର ୨୭।୧୧: ରାଜ୍ୟରେ କରୋନା ସଂକ୍ରମର ପ୍ରଭାବ କମିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିତରେ ଟିକିଏ ଆଶ୍ଵସ୍ତିର ମାହୋଲ ଥିଲେ ମଧ୍ୟ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ତେଣୁ  ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର ହେଉନାହିଁ। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି।  ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୦୮ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୯,୭୪୭ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଜଣ ସୁସ୍ଥ  ହୋଇଛନ୍ତି। ଅନୁଗୁଳରୁ ୬୫,  କଟକରୁ ୬୩,  ମୟୂରଭଞ୍ଜରୁ ୫୬, ସୁନ୍ଦରଗଡରୁ ୫୪, ଝାରସୁଗୁଡାରୁ ୫୧, କେନ୍ଦୁଝରରୁ ୫୧, ବାଲେଶ୍ଵରରୁ ୪୯, ଯାଜପୁରରୁ ୪୨, ବଲାଙ୍ଗୀରରୁ ୪୦, କେନ୍ଦ୍ରାପଡାରୁ ୩୯, ଜଗତସିଂହପୁରରୁ ୩୬, କଳାହାଣ୍ଡିରୁ ୩୬, ନୂଆପଡାରୁ ୩୨, ପୁରୀରୁ ୩୧, ବରଗଡରୁ ୨୬, ସମ୍ବଲପୁରରୁ ୨୪, ଭଦ୍ରକରୁ ୧୭, କନ୍ଧମାଳରୁ ୧୨, କୋରାପୁଟରୁ ୧୨, ନବରଙ୍ଗପୁରରୁ ୧୨, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୧୦, ମାଲକାନଗିରିରୁ ୧୦, ସୋନପୁରରୁ ୭, ବୌଦ୍ଧରୁ ୬, ଗଜପତିରୁ ୪, ନୟାଗଡରୁ ୩, ଦେବଗଡରୁ ୨  ଓ ରାୟଗଡାରୁ ୨ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୭୨୩୯କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୧୮ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.