ସଇତାନଠୁ ବି ନୃଶଂସ: ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା
2/03/2020 at 5:12 PM

ହାଇଦ୍ରାବାଦ, ୦୨ ମାର୍ଚ୍ଚ: ତେଲେଙ୍ଗାନାରେ ଜଣେ ୯୦ ବର୍ଷର ମହିଳାଙ୍କୁ ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ରାଜ୍ୟର ନାଲଗୋଣ୍ଡା ଜିଲ୍ଲାର ଅନୁମାଳାରେ ଏହି ଘଟଣା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।

ଗତ ରବିବାର ବୃଦ୍ଧାଙ୍କ ବୋହୂ ଚା’ ଦେବା ପାଇଁ ଘର ବାହାରକୁ ଯିବା ପରେ ଏପରି ହୋଇଥିବା ସୂଚନା ମିଳିଛି। ବୃଦ୍ଧାଙ୍କ ଶରରୀରେ କାମୁଡିବା ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ତେବେ ତାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ରବିବାର ସନ୍ଧ୍ୟାରେ ମହିଳାଜଣଙ୍କ ଘରେ ଏକା ଥିଲେ। ସେହି ସମୟରେ ତାଙ୍କ ବୋହୂ ବାହାରକୁ ଯାଇଥିଲେ। ସେଠାରେ ନିଶାସକ୍ତ ଅବସ୍ଥାରେ ବୁଲୁଥିବା ୨୨ ଜଣେ ଯୁବକ ଶଙ୍କର ଏପରି କାଣ୍ଡ କରିଛି। ଆହୁରି ମଧ୍ୟ ମହିଳାଙ୍କ ଶରୀର ଅନେକ ସ୍ଥାନରେ କାମୁଡିବା ଚିହ୍ନ ରହିଥିବା ଅଭିଯୋଗରେ ଦର୍ଶାଯାଇଛି ।

ହାଲିଆ ଥାନାଧିକାରୀ ଚନ୍ଦ୍ର ଶେଖର କହିଛନ୍ତି ଯେ, ଶଙ୍କର କୁଲି ଭାବେ କାମ କରେ। ତା’ନାମରେ ଗ୍ରାମରେ ଅନେକ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ରହିଛି।